• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମମତାହୀନ ହୋଇଗଲା ମା’ । ସ୍ନେହ ମମତା ଭୁଲି ନିଜ ପିଲାଙ୍କୁ ହିଁ ରାସ୍ତାରୁ ହଟାଇ ଦେଲା । ପରକୀୟା ପ୍ରୀତି ପାଇଁ ଦୁଇ ଛୁଆଙ୍କୁ ମାରି ନାଳରେ ପକାଇ ଦେଲା ମା’ । ମିରଟ (Meerut)ରେ ଜଣେ ବିବାହିତା ମହିଳା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ପୋଲିସର ୧୦ଟି ଟିମ୍‌ କେନାଲରୁ ମୃତଦେହ ଖୋଜିବା ପାଇଁ ନିୟୋଜିତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ।

ଦିନ ଖେର ନଗର ନିବାସୀ ସାହିଦ୍‌ଙ୍କର ୧୦ ବର୍ଷର ପୁଅ ମେରାପ ଓ ୬ ବର୍ଷର ଝିଅ କାନେନ୍‌ ବୁଧବାର ଦିନ ସନ୍ଦେହଜନକ ସ୍ଥିତିରେ ଘରୁ ହଠାତ୍ ନିଖୋଜ୍‌ ହୋଇଯାଇଥିଲେ । ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଭାଉଭଉଣୀଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ୍‌ ଛାନଭିନ୍ ଆରମ୍ଭ କରିଥିଲା । ତେବେ ସନ୍ଦେହ ହେବାରୁ ପିଲାଙ୍କର ମା’କୁ ପଚରାଉଚରା କରିଥିଲା ପୋଲିସ । ଆଉ ତା’ ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା ।

ପୂର୍ବତନ କାଉନସିଲର ସଇଦ୍‌ଙ୍କ ସହ ମୃତକଙ୍କ ମା’ର ଅନୈତିକ ସମ୍ପର୍କ ଥିବା ଜଣାପଡ଼ିଥିଲା । ଉଭୟଙ୍କ ସମ୍ପର୍କରେ ଦୁଇ ପିଲା କଣ୍ଟା ସାଜିବାରୁ ଯୋଜାନାବଦ୍ଧ ଭାବେ ପ୍ରେମିକ ସହ ମହିଳା ନିଜ ପିଲାଙ୍କୁ ହତ୍ୟା କରିଥିଲେ । ଡବଲ୍‌ ମର୍ଡର ମାମଲାରେ ମହିଳା ଏବଂ ପୂର୍ବତନ କାଉନସିଲର ସଇଦଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ହେଉଛନ୍ତି ମହିଳା । ହତ୍ୟା କରିବା ପରେ ଦୁଇ ପିଲାଙ୍କ ଶବକୁ କେନାଲରେ ଫିଙ୍ଗି ଦେଇଥିବା ଅଭିଯୁକ୍ତ ସଇଦ୍‌ ସ୍ୱୀକାର କରିଛି ।