Advertisment

Woman kills Husband: ପୁଣି ନବବଧୂର ନରହନ୍ତା ରୂପ: ବିବାହର ୧୫ ଦିନ ପରେ ସ୍ୱାମୀକୁ କୁରାଢ଼ିରେ ହାଣି ହତ୍ୟା

ସଙ୍ଗଳିରେ ଏକ ନବବିବାହିତ ମହିଳା ନିଜ ସ୍ୱାମୀଙ୍କୁ 15 ଦିନ ପରେ ହତ୍ୟା କରିଥିବା ଘଟଣା ଘଟିଛି। ଘଟଣାର ପଛରେ କାହାଣୀ ଏବଂ ତାଦେର ଗୁପ୍ତ କାରଣ ଖୋଜାଯାଉଛି।

ଅଦ୍ୟତନ ହୋଇଛି
ସ୍ୱାମୀକୁ ହାଣିଲା ସ୍ତ୍ରୀ

ସ୍ୱାମୀକୁ ହାଣିଲା ସ୍ତ୍ରୀ

Advertisment

ଅଗ୍ନିକୁ ସାକ୍ଷୀ ରଖି ଯାହା ସହ ସାତ ଫେରା ନେଇଥିଲା, ସାତ ଜନ୍ମ ପାଇଁ ଯାହା ସହ ସାଥୀ ହୋଇ ରହିବାକୁ କଥା ଦେଇଥିଲା, ୧୫ ଦିନ ଭିତରେ ସବୁ ଭୁଲିଗଲା। ବଟ ପୂର୍ଣ୍ଣିମା ଦିନ ହିଁ ନିଜ ହାତରେ ନିଜେ ପୋଛିଦେଲା ମଥା ସିନ୍ଦୁର। ଭାଙ୍ଗି ଦେଲା ଶଙ୍ଖା। ଇନ୍ଦୋରର ସୋନମ ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଆଉ ଏକ ସମାନ ମର୍ଡର ଘଟଣା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

Advertisment

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡ ସହର। ଏଠକାର ଏକତା କଲୋନିରେ ରୁହନ୍ଦି ୪୫ ବର୍ଷୟ ଅନିଲ ତାନାଜୀ ଲୋଖଣ୍ଡେ। ମେ’ ୧୭ ତାରିଖ। ସେ ସତାରା ଜିଲ୍ଲାର ଭାଡି ଗାଁର ୨୭ ବର୍ଷୀୟ ରାଧିକା ବାଲକୃଷ୍ଣ ଇଙ୍ଗଲେଙ୍କୁ ବିବାହ କରିଥିଲେ। ବେଶ୍ ଧୁମ୍‌ଧାମ୍‌ରେ ହୋଇଥିଲା ଉଭୟଙ୍କ ବିବାହ। ଏଥିରେ ବହୁ ବଂଧୁ ପରିଜନ ମଧ୍ୟ ସାମିଲ୍ ହୋଇଥିଲେ।

ଏହା ଥିଲା ଅନିଲଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ସେ ରାଧିକାଙ୍କ ହାତ ଧରିଥିଲେ। ତେବେ ବିବାହର ୧୫ ଦିନ। ଅର୍ଥାତ ଜୁନ୍‌ ୧୧ ତାରିଖ ବିଳମ୍ବିତ ରାତି। ସେଦିନ ଥିଲା ବଟ ପୂର୍ଣ୍ଣିମା। ଗୋଟିଏ ପଟେ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ମନାସି ଉପବାସ କରୁଥିଲେ, ଅନ୍ୟପଟେ ରାଧିକା ସ୍ୱାମୀ ଅନିଲଙ୍କୁ କୁରାଢ଼ିରେ ହାଣି ଚାଲିଥିଲା। ସ୍ୱାମୀ ଚିତ୍କାର କରୁଥିଲେ ବି କିଛି ଶୁନିନଥିଲା। ଚୋଟ ଉପରେ ଚୋଟ ପକାଇ କରିଥିଲା ବିଭତ୍ସ ହତ୍ୟା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନିଲଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ତେବେ ସ୍ୱାମୀକୁ କାହିଁକି ହତ୍ୟା କଲେ ରାଧିକା? ହତ୍ୟା ପଛରେ କ’ଣ ରହିଛି ପ୍ରକୃତ କାରଣ? କାହିଁକି ବିବାହର ୧୫ ଦିନ ମଧ୍ୟରେ ରାଧିକା ସାଜିଲେ ଖୁନୀ ପତ୍ନୀ? ଏହା ଉପରେ ପୋଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ପୋଲସ ରାଧିକାକୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

After Marriage Man Killed By Wife Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ