Advertisment

ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି, ପ୍ରେମିକ ସହ ମିଶି ସବୁଦିନ ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲେ...

ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ସ୍ତ୍ରୀ କଲା ପ୍ଲାନ୍‌।

author-image
Rajalaxmi Sahoo
Woman Kills Husband With Lover In Uttar Pradesh

Woman Kills Husband With Lover In Uttar Pradesh

ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ତ୍ରୀର ଚାଲିଥିଲା ପରକୀୟା ପ୍ରୀତି। ଏହି ଲୁଚାଛପା ପ୍ରେମ କିନ୍ତୁ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ସ୍ତ୍ରୀ କଲା ପ୍ଲାନ୍‌। ସ୍ୱାମୀକୁ ହତ୍ୟା କରି ମୃତଦେହ ସେପ୍ଟିକ୍‌ ଟ୍ୟାଙ୍କରେ ଫୋପାଡ଼ି ଦେଲେ। ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି। 

Advertisment

ସ୍ୱାମୀକୁ ହତ୍ୟା କରିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ମହିଳାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ମଧ୍ୟ ପୋଲିସ୍‌ ବାନ୍ଧିଛି। ମଣ୍ଡଲ ଗାଁର ସାଗରଙ୍କୁ ସ୍ତ୍ରୀ ଅଶିୟା ଓ ତାଙ୍କ ପ୍ରେମିକ ସୁହେଲ ମିଶି ହତ୍ୟା କରିଛନ୍ତି। ଏହି ଘଟଣାରେ ପୋଲିସ୍‌ ଉଭୟଙ୍କୁ ଗୁରୁବାର ଗିରଫ କରିଛି। 

ସୂଚନା ଅନୁସାରେ, ଜୁନ୍‌ ୬ରୁ ସାଗର ନିଖୋଜ ଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା। ଶେଷରେ ସେପ୍ଟିକ୍‌ ଟ୍ୟାଙ୍କରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୁହେଲଙ୍କ ସହ ଅଶିୟାଙ୍କ ସମ୍ପର୍କ କଥା ସାଗର ଜାଣିପାରିଥିଲେ। ତେଣୁ ସାଗରଙ୍କୁ ହତ୍ୟା କରିବା ପାଇଁ ଅଶିୟା ନିଷ୍ପତ୍ତି ନେଇଥିଲେ। 

Advertisment
Murder
Advertisment
Advertisment