/odishatv-khabar/media/post_attachments/uploadimage/library/16_9/16_9_0/murder_1689222723.jpg)
murder
ମା’ .. ଦୁନିଆର ସବୁଠାରୁ ମଧୁର ଶବ୍ଦ । କିଛି କହିବା ଆଗରୁ ଯିଏ ସବୁ କିଛି ବୁଝିଯାଏ.. । ମା’ର ଚିରାଫଟା ପଣତକାନି ପିଲା ପାଇଁ ସବୁଠୁ ନିରାପଦ ସ୍ଥାନ । ଏ ପରିବର୍ତ୍ତିତ ଦୁନିଆରେ ମା’ର ଭଲପାଇବା ହିଁ ଅପରିବର୍ତ୍ତିତ କହିଲେ ଚଳେ । ଯେତେ କଷ୍ଟ ହେଲେ ସୁଦ୍ଧା ତା’ କୋଳରେ ମୁଣ୍ଡ ରଖିଦେଲେ ସବୁ କଷ୍ଟ ଉଭେଇ ଯାଏ । ହେଲେ ଆଜିକାଲିର ସ୍ୱାର୍ଥପର ଦୁନିଆରେ ମା’ର ମମତା ମଧ୍ୟ ଭେଜାଲ୍ ହୋଇଯାଇଛି । ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ମା’ର ମମତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରେଟର ନୋଏଡାର ବାଦଲପୁର ଥାନା ଅଞ୍ଚଳରୁ ଏପରି ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି ।
ଅଧିକ ପଢ଼ନ୍ତୁ: ନ୍ୟୁଡ୍ ଭିଡିଓ କଲ୍ରୁ ବ୍ଲାକ୍ମେଲିଙ୍ଗ୍; ଲୋକଲଜ୍ଜା ଭୟରେ ପେଟରେ ୨୫ ଥର କଇଁଚି ଭୁସିଲେ
ଅବୈଧ ପ୍ରେମ ପାଇଁ ନିଜର ୮ ବର୍ଷିୟ ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିଛି ମା’ । ପ୍ରେମିକ ସହିତ ମହିଳା ଜଣକ ଅସଞ୍ଜତ ଅବସ୍ଥାରେ ଥିବାବେଳେ ଉଭୟଙ୍କୁ ଦେଖି ପକାଇଥିଲା ପୁଅ । କାଳେ କାହାକୁ ଉଭୟଙ୍କ ଚୋରା ପୀରତି ସମ୍ପର୍କରେ କହିଦେବ, ଏଇ କଥା ଚିନ୍ତା କରି ନିଜ ପିଲାକୁ ନିଜ ହାତରେ ମାରିଦେଲେ ମହିଳା । ଯେଉଁ ପିଲାକୁ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲେ, ତା’କୁ ହତ୍ୟା କରିବା ସମୟରେ ତାଙ୍କ ହାତ ଥରିଲାନି । ଅତି ନିର୍ଦ୍ଦୟ ଭାବରେ ପ୍ରେମିକ ସହ ମିଶି କୁନି ପୁଅକୁ ରାସ୍ତାରୁ ହଟାଇ ଦେଲେ ।
ଗ୍ରେଟର ନୋଏଡାରୁ ଜୁନ୍ ୬ରୁ ଏକ ଶିଶୁ ନିଖୋଜ ଥିଲା । ଚାରି ଦିନ ପୂର୍ବରୁ ମିଳିଛି ପିଲାର ମୃତଦେହ । ଶିଶୁଟିର ମୃତଦେହ ମିଳିବା ପରେ ସବୁ କଥା ସ୍ପଷ୍ଟ ହୋଇଯାଇଛି । ଆଠ ବର୍ଷର ପୁଅକୁ ନିଜେ ତା’ ମା ହିଁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାର ଖୁଲାସା କରି ଛାନଭିନ୍ ଆରମ୍ଭ କରିଛି ପୋଲିସ ।
ମା’ ତା’ର ପ୍ରେମିକ ସହିତ ମିଶି ଶିଶୁକୁ ପାଣିରେ ବୁଡ଼ାଇ ହତ୍ୟା କରିଛି । ଏହି ଘଟଣାରେ ସମ୍ପୃକ୍ତ ପିଲାର ମା, ପ୍ରେମିକ ସମେତ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)