Advertisment

Woman Killed in Rayagada: ସଂସାର ଗଢ଼ିବା ଆଗରୁ ଜୁଈରେ ଶୋଇଲେ!

ହଠାତ୍‌ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର ଲୋକ ଅସହାୟ ପ୍ରକାଶ କରିଥିଲେ।

Raygada

Raygada

Advertisment

ବାପଘର ଧୂଳି ଖେଳ ଛାଡ଼ି ବଧୂ ବେଶରେ ଶାଶୁ ଘର ଆସିଥିଲେ। ଭାବିଥିଲେ ଘର ସଂସାର ଗଢ଼ିବେ। ହେଲେ ସଂସାର ଗଢ଼ିବା ଆଗରୁ ଚୀର ଦିନ ପାଇଁ ଜୁଈରେ ଶୋଇଗଲେ। ଆଉ ତାଙ୍କୁ ମାରିଦେଲେ ଶାଶୁ ଘର ଲୋକ! ଆଜି ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ଗୁଣୁପୁର ଥାନା ଚନ୍ଦ୍ରଗିରି ଅଞ୍ଚଳର ଦେବାଶିଷ ମାଝୀ ହେଉଛନ୍ତି ଜଣେ କନ୍‌ଷ୍ଟେବଳ। ସେ ୨୦୨୪ ମସିହା ଜୁଲାଇ ୩ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରଶ୍ମୀ ରଂଞ୍ଜନୀ ବଡକୁମାରଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା। ବିବାହ ସମୟରେ ବୁଲେଟ୍‌ ଗାଡ଼ି ଓ ଅନ୍ୟାନ୍ୟ ଜାନିଯୌତୁକ ଦିଆଯାଇଥିଲା। ଆଉ ବଧୂ ବେଶରେ ଶାଶୁଘରକୁ ଆସିଥିଲେ ରଂଞ୍ଜନୀ। କିଛି ଦିନ ଉଭୟଙ୍କ ପରିବାର ଠିକ୍‌ଠାକ୍‌ ଚାଲିଥିଲା।

ତେବେ ହଠାତ୍‌ ରଶ୍ମୀ ରଂଞ୍ଜନୀଙ୍କ ପରିବାରରେ ଉଠିଥିଲା ଅଶାନ୍ତିର ଝଡ଼। ଆରମ୍ଭ ହେଲା ନିର୍ଯାତନା। ୫ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ଚାପ ପକାଇଲେ ଦେବାଶିଷ। ଏ ନେଇ ରଶ୍ମୀ ରଂଞ୍ଜନୀ ନିଜ ବାପା ଓ ମାଆଙ୍କୁ କହିଥିଲେ। ହେଲେ ଗରିବ ଶ୍ରେଣୀରେ ହୋଇଥିବାରୁ ପରିବାର ଲୋକ ଅସହାୟ ପ୍ରକାଶ କରିଥିଲେ। ଯେଉଁଥିପାଇଁ ରଶ୍ମୀ ରଂଞ୍ଜନୀଙ୍କ ଉପରେ ବଢ଼ିଥିଲା ନିର୍ଯାତନା। ଦେବାଶିଷ, ତାଙ୍କ ମାଆ ଓ ବାପା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

Advertisment

ନିର୍ଯାତନା ଅହସ୍ୟ ହେବାରୁ ରଶ୍ମୀ ରଂଞ୍ଜନୀ ବାପ ଘରକୁ ପଳାଇ ଯାଇଥିଲେ। ଦୁଇ ଦିନ ତଳେ ରଶ୍ମୀ ରଂଞ୍ଜନୀଙ୍କ ବାପ ଘରେ ପହଞ୍ଚିଥିଲେ ଦେବାଶିଷଙ୍କ ପରିବାର ଲୋକେ। ରଶ୍ମୀ ରଂଞ୍ଜନୀଙ୍କୁ ବୁଝାସୁଝା କରି ସାଥୀରେ ନେଇ ଆସିଥିଲେ। ସବୁ ଠିକ୍‌ଠାକ୍‌ ହୋଇଗଲା ବୋଲି ରଶ୍ମୀ ରଂଞ୍ଜନୀଙ୍କ ବାପା କୁଞ୍ଜ ବିହାରି ବଡକୁମାର ଭାବିଥିଲେ। ହେଲେ ରବିବାର ବିଳମ୍ୱିତ ରାତିରେ ତାଙ୍କ ଘରକୁ ଫୋନ୍‌ କଲ ଆସିଥିଲା। ଆଉ ରଶ୍ମୀ ରଂଞ୍ଜନୀ ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇଥିବା ତାଙ୍କ ଶାଶୁ କହିଥିଲେ। କାଳ ବିଳମ୍ୱ ନକରି ପରିବାର ଲୋକେ ମେଡ଼ିକାଲ୍‌ ଧାଇଁ ଯାଇଥିଲେ।

ମେଡିକାଲ୍‌ରେ ପହଞ୍ଚିଲା ବେଳକୁ ରଶ୍ମୀ ରଂଞ୍ଜନୀଙ୍କ ମୃତ୍ୟୁ ହୋଇସାରିଥିଲା। ଝିଅକୁ ହତ୍ୟା କରାଯାଇଥିବା କୁଞ୍ଜ ବିହାରି ବଡକୁମାର ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Rayagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ