murder to women
ବଲାଙ୍ଗିର ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ ପଡିଛି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ କିଏ ଓ ଏଥିରେ କେତେଜଣ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ଟା ବେଳେ ମହିଳା ଜଣକ ଶୌଚ ହେବାକୁ ଘର ପାଖ ବିଲକୁ ଯାଇଥିଲେ॥ ତେବେ ଆଉ ଫେରି ନଥିଲେ । ରାତିରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ବିଲ ମଝିରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲେ ।
ପରେ ଏ ନେଇ ରାତି ୧୨ଟାରେ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ରାତି ୧ଟାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେତ ପାଇଁ ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651716838.jpg)