Advertisment

ବାଇକ ଚାବି ଦେଲେନି ପଡୋଶୀ, ମହିଳାଙ୍କୁ ଠେଲି ହତ୍ୟା କଲା ଯୁବକ !

ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ।

Murder

Murder

Advertisment

ବାଇକ ଚାବି ନ ଦେବାରୁ ପଡୋଶୀଙ୍କ ମାଆଙ୍କୁ ଠେଲି ହତ୍ୟା କଲା ଯୁବକ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସୋରିଷଦା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ସନ୍ଧ୍ୟାରାଣୀ ଶର୍ମା । ସୂଚନା ଅନୁସାରେ ଗାଁର ତାପସ ଶର୍ମାଙ୍କୁ ତାଙ୍କ ପଡୋଶୀ ସୁଧୀର ଶର୍ମା ଗାଡି ଚାବି ମାଗିଥିଲେ । ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ।

Advertisment

ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସଂଧ୍ୟାରାଣୀଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଧୀରକୁ ଗିରଫ କରିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Murder Kendrapada Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ