Advertisment

ଯୁବକଙ୍କୁ ଡାକିଆଣି ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ସ୍ୱାମୀଙ୍କ ଉଦ୍ୟମ !

ଜୀବନ ବଞ୍ଚାଇବାକୁ ଜୀବନ ବିକଳରେ ପୀଡ଼ିତା ଗାଁ ରାସ୍ତାରେ ଦୌଡ଼ି ପଳାଉଥିବାବେଳେ ରାସ୍ତା ଉପରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
woman injured in husband's attack

woman injured in husband's attack

Advertisment

ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ଅକଥନୀୟ ନିର୍ଯାତନା ଦେବା ସହ କିଛି ଯୁବକଙ୍କ ଦ୍ବାରା ନିଜ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ। ଏନେଇ ସଂପୃକ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ସ୍ୱାମୀଙ୍କ ବିରୋଧରେ।

Advertisment

ଅଭିଯୋଗକାରିଣୀଙ୍କ କହିବା କଥା, ତାଙ୍କ ସ୍ବାମୀ ତାଙ୍କୁ ଲଗାତର ନିର୍ଯାତନା ଦେଇ ଆସୁଛନ୍ତି। ଆଜି ତାଙ୍କ ସ୍ୱାମୀ ସବୁ ସୀମା ଅତିକ୍ରମ କରି ୨ ଯୁବକଙ୍କୁ ଘରକୁ ଆଣି ବର୍ବରୋଚିତ ଆକ୍ରମଣ କରିଛନ୍ତି। ତା’ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ଜଣକ। ଜୀବନ ବଞ୍ଚାଇବାକୁ ଜୀବନ ବିକଳରେ ପୀଡ଼ିତା ଗାଁ ରାସ୍ତାରେ ଦୌଡ଼ି ପଳାଉଥିବାବେଳେ ରାସ୍ତା ଉପରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ପରେ ଗ୍ରାମବାସୀ ଆକ୍ରମଣକାରୀଙ୍କୁ କାବୁ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ