Woman
ଅନ୍ଧବିଶ୍ୱାସରେ ଛନ୍ଦି ହୋଇଛି ସମାଜ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଜଣେ ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ମାଆ ହେଉ ନଥିଲେ । ଯାହା ଫଳରେ ସେ ଜଣେ ଭଣ୍ଡ ତାନ୍ତ୍ରିକ ଶରଣରେ ପଶି ନିଜ ଜୀବନ ହରାଇଛନ୍ତି । ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଯିବା ପରେ ଜଣେ ଭଣ୍ଡ ତାନ୍ତ୍ରିକ ବିଷୟରେ ଜଣା ପଡିଛି ।
ଅଧିକ ପଢ଼ନ୍ତୁ: ୪ ଲିଟର ରଙ୍ଗ ଦେବାକୁ ୨୩୩ ଶ୍ରମିକ, ଖର୍ଚ୍ଚ ହେଲା ୧ ଲକ୍ଷ
ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାର କାନ୍ଦହାରପୁର ଥାନା ଅଞ୍ଚଳର ପହଲୱାନପୁର ଗାଁରେ ଘଟିଛି ଏହି ଘଟଣା । ଅନୁରାଧା ନାମୀ ଜଣେ ମହିଳାଙ୍କ ବିବାହକୁ ୧୦ ବର୍ଷ ପୂରି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ହୋଇନଥିଲା । ଯାହାଫଳରେ ସେ ଗତ ରବିବାର ଦିନ ଗର୍ଭଧାରଣ ଆଶାରେ ତାଙ୍କ ମାଆଙ୍କ ସହିତ ଚନ୍ଦୁ ନାମକ ଜଣେ ସ୍ଥାନୀୟ ତାନ୍ତ୍ରିକ ପାଖକୁ ଯାଇଥିଲେ । ଚନ୍ଦୁ ଆଧ୍ୟାତ୍ମିକ ଉପାୟରେ ମହିଳାଙ୍କୁ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ କରୁଥିବାର ଶୁଣି ସେ ଯାଇଥିଲେ ।
କିନ୍ତୁ ଅନୁରାଧା ଚନ୍ଦୁ ପାଖକୁ ଯିବା ପରେ ସେ କୌଣସି ଦୁଷ୍ଟ ଆତ୍ମାରେ ତାଙ୍କୁ ବଶ କରିଥିବା ଅନୁରାଧାଙ୍କ ପରିବାର କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତାନ୍ତ୍ରିକ ଓ ତାଙ୍କର ସହାୟକମାନେ ପୂଜା କରିବା ସମୟରେ ଅନୁରାଧାଙ୍କ କେଶ ଟାଣିବା ସହ ତାଙ୍କ ପାଟି ଓ ତଣ୍ଟିକୁ ଜୋର ଜବରଦସ୍ତ ଚିପି ଦେଇଥିଲେ । ଏହା ସହ ତାଙ୍କୁ ଡ୍ରେନ ଓ ପାଇଖାନା ପାଣି ପିଇବାକୁ ବାଧ୍ୟ କରିଥିଲେ ।
ସେଠାରେ ଉପସ୍ଥିତ ଥିବା ଅନୁରାଧାଙ୍କ ମାଆ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ଯାହା ପରେ ଅନୁରାଧାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାନ୍ତ୍ରିକ ଓ ତାଙ୍କ ସହାୟକମାନେ ଅନୁରାଧାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ହେଲେ ସେଠାରେ ରାତି ପ୍ରାୟ ୯ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେମାନେ ଅନୁରାଧାଙ୍କୁ ସେଠାରେ ଛାଡି କୁଆଡେ ଫେରାର ହୋଇ ଯାଇଥିଲେ । ଏହା ପରେ ଅନୁରାଧାଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅନୁରାଧାଙ୍କ ବାପା ବଲୀରାମ କହିଛନ୍ତି, ତାନ୍ତ୍ରିକ ଜଣକ ୧ ଲକ୍ଷ ଟଙ୍କା ନେଇ ଅନୁରାଧାଙ୍କୁ ମାଆ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା ପାଇଁ ସେ ଅଗ୍ରୀମ ଆକାରରେ ୨୦ ହଜାର ଟଙ୍କା ନେଇଥିଲେ । ପୋଲିସ୍ ବଲୀରାମଙ୍କ ଅଭରେଯାଗକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଅନୁରାଧାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଯଦିଓ ପରେ ଚନ୍ଦୁ ଥାନାରେ ଆସି ଆତ୍ମସମର୍ପଣ କରିଛି ।
ସ୍ଥାନୀୟ ଗାଁ ଲୋକେ କହିଛନ୍ତି ଯେ, ଚନ୍ଦୁ ତାଙ୍କ ଘରେ ଏକ ମିଥ୍ୟା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତାଙ୍କ ଅନୁଗାମୀମାନଙ୍କୁ ଆକର୍ଷିତ କରିବା ପାଇଁ ଠାକୁରଙ୍କ ମୂର୍ତ୍ତି, ଘଣ୍ଟି ରଖି ଏକ ଛୋଟ ମନ୍ଦିରର ରୂପ ଦେଇଛନ୍ତି । ଏହା ସହ ପୂର୍ବରୁ ମଧ୍ୟ ସେଠାରେ ସମାନ ଘଟଣା ଘଟିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Woman_1751947023.jpg)