‘ଦାମିକିଆ ମୋବାଇଲ୍‌ ମାଗିଥିଲେ ’ . . ହେଲେ ଫାଇନାନ୍ସରେ କିଣିବାରୁ ବିଷ ପିଇଦେଲା ସ୍ତ୍ରୀ

ଫୋନ୍‌ ପାଇଁ ପାଟିତୁଣ୍ଡ । ସ୍ତ୍ରୀର ମନ ରଖି ଦାମିକିଆ ମୋବାଇଲ୍‌ ଆଣି ଦେଇଥିଲେ ଯୁବକ । ହେଲେ ଟଙ୍କା ନଥିବାରୁ ଫାଇନାନ୍ସ କରି ମୋ‍ବାଇଲ କଣିଥିଲେ । ଅନ୍ୟପଟେ ଫାଇନାନ୍ସ ସମ୍ପର୍କରେ ସ୍ତ୍ରୀକୁ ଲୁଚାଇଥିଲେ । ଆଉ ଏତିକିରେ . . .

ମୋବାଇଲ୍ ପାଇଁ ଜୀବନ ଚାଲିଗଲା

ଲୋକଙ୍କ ଜୀବନରେ ମୋବାଇଲ୍‌ ଏବେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ସକାଳୁ ସନ୍ଧ୍ୟା, ରାତିରୁ ଦିନ ସବୁବେଳେ ହାତରେ ରହୁଛି ମୋବାଇଲ୍‌ । ଏଥିପାଇଁ କେତେ ପ୍ରେମ, କେତେ ପ୍ରତାରଣା ପୁଣି ଅପରାଧ ଘଟୁଛି । ମାଲକାନଗିରି ଏମଭି ୧୪ ଗାଁରେ ମଧ୍ୟ ଏପରି ଏକ ଘଟଣା ଘଟିଛି । ସାମାନ୍ୟ ମୋବାଇଲ ପାଇଁ  ଜଣେ ମହିଳା ଜୀବନ ହାରି ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପିଭି ୧୪ ଗ୍ରାମର ଜ୍ୟୋତି ଓ କହ୍ନାଇ । ପ୍ରାୟ ଦେଢ଼ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ କିଛି ଦିନ ପୂର୍ବରୁ ଦାମୀ ମୋବାଇଲ୍ ପାଇଁ ସ୍ତ୍ରୀ ସ୍ୱାମୀ ନିକଟରେ ଜିଦ କରିଥିଲା । ଫଳରେ ସ୍ତ୍ରୀର ମନ ରଖିବା ପାଇଁ କହ୍ନାଇ ଫାଇନାନ୍ସରେ ଏକ ମୋବାଇଲ୍ ଆଣି ଦେଇଥିଲେ ।  ଆଉ ଫାଇନାନ୍କ  କଥା ସ୍ତ୍ରୀଙ୍କୁ ଜଣାଇନଥିଲେ ।

ପରେ ମୋବାଇଲର କିସ୍ତି ଟଙ୍କା ସୁଝିବା ପରେ ଫାଇନାଲ୍ ଦସ୍ତଖତ ପାଇଁ ଫାଇନାନ୍ସ କର୍ମଚାରୀ ତାଙ୍କ ଘରକୁ ଯିବାରୁ ସ୍ତ୍ରୀ ଏକଥା ଜାଣିପାରିଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । କେବଳ ଫାଇନାନ୍ସ କଥା ଲୁଚାଇଛ, ନା ଆଉ କ’ଣ ଲୁଚାଇଛ ବୋଲି ପଚାରିଥିଲେ । କହ୍ନାଇ ସଫେଇ ଦେଲେ ବି ସେ ଆଉ ତାଙ୍କୁ ବିଶ୍ୱାସ କରି ପାରି ନ ଥିଲେ। ଆଉ ଶେଷରେ ସ୍ୱାମୀ ଆଗରେ ବିଷ ପିଇ ଦେଇଥିଲେ ସ୍ତ୍ରୀ ।

ସ୍ତ୍ରୀ ବିଷ ପିଇଦେବା ପରେ ବେହୋଶ୍ ହୋଇ ଯାଇଥିଲେ କହ୍ନାଇ । ଆଉ ଶେଷରେ ମେଡିକାଲରେ ପ୍ରାଣ ହରାଇଲେ ସ୍ତ୍ରୀ । ସ୍ୱାମୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏ ନେଇ କୌଣସି ପକ୍ଷରୁ ଥାନାରେ ଏତଲା ହୋଇନଥିଲେ ବି ପୋଲିସ ନିଜ ଆଡୁ ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଛି ।