Advertisment

ଝଗଡ଼ାର ସବୁ ସୀମା ପାର୍...ଯୁବକଙ୍କ କାନ କାମୁଡ଼ି ଛିଣ୍ଡାଇଲେ, ପ୍ରମାଣ ନଷ୍ଟ ପାଇଁ ଚୋବାଇ ଖାଇଦେଲେ ମହିଳା

ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।

Woman chew neighbour ear & eat

Woman chew neighbour ear & eat

Advertisment

ସାମାନ୍ୟ ଝଗଡାରୁ ଯୁବକଙ୍କ କାନ କାମୁଡି ଛିଣ୍ଡାଇ ଦେଲେ ମହିଳା। ପ୍ରମାଣ ନଷ୍ଟ କରିବା ପାଇଁ ଛିଣ୍ଡିଥିବା ଅଂଶକୁ ଚୋବାଇ ଖାଇଗଲେ। ଉତ୍ତର ପ୍ରଦେଶ ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି। ଝଗଡ଼ା ପରେ ଜଣେ ମହିଳା ଯୁବକଙ୍କ କାନକୁ କାମୁଡି ଖାଇ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଘଟଣାଟି ନୂଆ ଆଗ୍ରା ପୋଲିସ ଷ୍ଟେସନର ନାଗଲା ପଦି ଅଂଚଳର । ଦୁଇଜଣ ଭଡାଟିଆଙ୍କ ମଧ୍ୟରେ ଝଗଡ଼ାର ଏହା ହେଉଛି ପରିଣାମ। ସୂଚନା ଅନୁଯାୟୀ, ରବିନ୍ଦ୍ର ଯାଦବଙ୍କ ଘରେ ରାମବୀର ବାଗେଲ ନିଜ ପରିବାର ସହ ଭଡାରେ ରହନ୍ତି। ସେଠାରେ ଅଭିଯୁକ୍ତ ରାଖୀ ଏବଂ ତାଙ୍କ ସ୍ୱାମୀ ସଞ୍ଜୀବ ମଧ୍ୟ ଭଡାରେ ରହନ୍ତି।

ରାମବୀର ଓ ରାଖୀଙ୍କ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥାଏ। ରାଖୀ ପ୍ରତିଟି କଥା ନେଇ ସବୁବେଳେ ଝଗଡ଼ା କରୁଥିବା ରାମବୀର ଅଭିଯୋଗ କରିଛନ୍ତି। ରାମବୀର ପେଶାରେ ଜଣେ ରିକ୍ସା ଚାଳକ। ଗତ ମାର୍ଚ୍ଚ ୪ତାରିଖରେ ରାମବୀର ତାଙ୍କ ପୁଅକୁ ପରୀକ୍ଷା ଦେବା ପାଇଁ ନେଇଯାଇଥିଲେ। ଏଥିପାଇଁ ଘରର ମୁଖ୍ୟ ଫାଟକ ଖୋଲାଥିଲା।

Advertisment

ରାଖୀ ଏହି ଘଟଣାକୁ ନେଇ ରାମବୀରଙ୍କୁ ଦୁର୍ବ୍ୟବହାର କରିବା ସହ ଝଗଡ଼ା କରିଥିଲେ। ଏତିକି ବେଳେ ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି। କାନଟି ଅଧା ଛିଣ୍ଡି ଯାଇଥିଲା ଓ ରକ୍ତ ବହୁଥିଲା । ଲୋକମାନେ ତାଙ୍କ କାନର ଖଣ୍ଡ ଖୋଜିବା ବେଳକୁ ରାଖୀ ପ୍ରମାଣ ନଷ୍ଟ କରିବାକୁ ପାଟିରେ ଥିବା କାନ ଖଣ୍ଡକୁ ଚୋବାଇ ଖାଇଦେଇଥିଲେ।

ରାମବୀର ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଧାରା ୫୦୬ ଏବଂ ୩୨୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସେ ରାମବୀରଙ୍କୁ ମିଛ ମାମଲାରେ ଫସାଇଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯାଉଛି।

Advertisment
Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ