• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୀମା ଟପିଲା ବର୍ବରତା । ମହିଳାଙ୍କୁ ପିଟି ପିଟି ମାରିଦେଲେ । ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି । ମୃତକ ହେଲେ ୫୫ ବର୍ଷିୟ ଝୁନୁ ନାହକ । ବୁଧବାର ରାତି ପ୍ରାୟ ୧୦ଟା, ଅଭିଯୋଗ ଅନୁସାରେ, ଗାଁର ଯୁଧିଷ୍ଠିର ନାହକଙ୍କ ଘରେ ଧସେଇ ପଶିଥିଲେ ଶତାଧିକ ଗ୍ରାମବାସୀ । ଯିଏ ହାବୁଡରେ ପଡିଲା ନିସ୍ତୁକ ମାଡ ମାରିଥିଲେ । ଯୁଧିଷ୍ଠିର ଓ ଦୁଇ ପୁଅ ଭୟରେ ଦୌଡି ବିଲ ଭିତରେ ଲୁଚି ଯାଇଥିଲେ । ଘରେ ଏକା ରହିଯାଇଥିଲେ ଯୁଧିଷ୍ଠିରଙ୍କ ପତ୍ନୀ ଝୁନୁ ନାହକ । ରାଗରେ ପଂଚମ ଗ୍ରାମବାସୀ ଝୁନୁଙ୍କୁ ଘୋଷାଡି ଆଣି ରାସ୍ତାରେ ଏମିତି ମାଡ ମାରିଥିଲେ ଯେ, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ସୂଚନା ଅନୁସାରେ, ଗାଁରେ ଗତ କିଛି ମାସ ଭିତରେ ୧୦-୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ଗାଁ ଲୋକ ଏଥିପାଇଁ ଗୁଣି ଗାରେଡି ସନ୍ଦେହ କରୁଥିଲେ । ଦୁଇ ଦିନ ତଳେ ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା । ପରେ ସେହି ୪ ଜଣଙ୍କୁ ଡାକି ଗାଁ ଦାଣ୍ଡରେ ବସିଥିଲା ବୈଠକ । ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବୈଠକରେ ସଂପୃକ୍ତ ୪ ଜଣ ଓ ସେମାନଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଠିର । ପରଦିନ ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଘରେ ପଶି ଆକ୍ରମଣ କରିଥିବା ବେଳେ ଏହାର ଶୀକାର ହୋଇଥିଲେ ଝୁନୁ ନାହକ । ତେବେ ଗାଁଲୋକଙ୍କ କହିବା ହେଉଛି, ଆତ୍ମହତ୍ୟା କରିଛନ୍ତି ଝୁନୁ ।

ଘଟଣା ପରେ ମଧୁରଝୋଳ ଗାଁ ପୁରୁଷଶୂନ୍ୟ ହୋଇପଡିଛି ପୋଲିସ । ୧୦ ଜଣ ପୁରୁଷ ଓ ୫୦ରୁ ଅଧିକ ମହିଳାଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ଗାଁରେ । ଏବେବି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।