Special story
ଜମି ବିବାଦକୁ ନେଇ ଲଙ୍କାକାଣ୍ଡ । ସମ୍ପର୍କର ମଧ୍ୟ ସମ୍ମାନ ରଖିଲେନି । ମହିଳାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଅସଦାଚରଣ କଲେ ପରିବାର ଲୋକ । ଉତ୍ତରପ୍ରଦେଶର ବାନ୍ଦାର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯିବାର ଏକ ଭିଡିଓ ସାମ୍ନାକୁ ଆସିଛି । କିଛି ମହିଳା ଏବଂ ଯୁବକ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ମାଡ ମାରୁଥିବା ଦେଖିବାକୁ ମିଳୁଛି । ମହିଳାଙ୍କୁ ମାଡ଼ ମାରି ମନ ଶାନ୍ତି ହେଲାନି ଯେ ଚୁଟି ଟାଣିବା ସହିତ ସର୍ବସମ୍ମୁଖରେ ଶାଢ଼ି ମଧ୍ୟ ଚିରି ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଢ଼ାଳି ଦେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।
ବାନ୍ଦା ଜିଲ୍ଲାର ତିନ୍ଦୱାରୀ ଗାଁରେ ଏପରି ଅମାନବୀୟ ଘଟଣା ଘଟିଛି । ମହିଳାଙ୍କୁ ତାଙ୍କ ପରିବାର ସଦସ୍ୟ ହିଁ ମାଡ ମାରିଛନ୍ତି । ଜମି ବିବାଦ ପାଇଁ ଏହି ଘଟଣା ଘଟିଛି। ତେବେ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ତାଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଢ଼ାଳି ଦେଇଥିବା ମଧ୍ୟ ସେ କହିଛନ୍ତି ।
ଭିଡିଓଟି ଜୁଲାଇ ୨୫ରେ ଏହି ଘଟିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି । ମହିଳାଙ୍କୁ ମାଡ ମାରିବାର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଗୋଟିଏରେ କିଛି ମହିଳା ଖାଲି ଘରେ ପୀଡ଼ିତାଙ୍କୁ ମାଡ ମାରୁଥିବା ବେଳେ ଅନ୍ୟ ଭିଡିଓରେ ଜଣେ ପୁରୁଷ ମହିଳାଙ୍କ କେଶ ଟାଣି ରାସ୍ତାକୁ ଟାଣି ଟାଣି ନେଇଯାଉଛନ୍ତି ।
ପୀଡ଼ିତାଙ୍କ କହିବା ଅନୁସାରେ ଜମି ବିବାଦ କାରଣରୁ କିଛି ପରିବାର ସଦସ୍ୟ ତାଙ୍କ ଘରେ ଜୋରଜବରଦସ୍ତି ପଶିଯାଇଥିବା । ପ୍ରଥମେ ମହିଳାମାନେ ମିଶି ପୀଡ଼ିତାଙ୍କୁ ମାଡ଼ ମାରିଥିଲେ, ତା’ପରେ ତାଙ୍କ ଦେଢ଼ଶୁର ଏବଂ ପୁତୁରା ତାଙ୍କ ପୋଷାକ ଚିରି ଦେଇଥିଲେ ଏବଂ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ । ଏତିକିରେ ବି ତାଙ୍କ ମନ ଶାନ୍ତି ହେଲାନି, ଉଲଗ୍ନ କରି ପୀଡ଼ିତାଙ୍କୁ ରାସ୍ତାରେ ବୁଲେଇଥିଲେ ।
ବହୁକଷ୍ଟରେ ସେ ଅଭିଯୁକ୍ତଙ୍କ ପାଖରୁ ମୁକୁଳିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କଷ୍ଟେମଷ୍ଟେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ତେବେ ବର୍ତ୍ତମାନ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ପୂରା ଘଟଣାର ତଦନ୍ତ କରାଯାଇ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)