ବିଚ୍ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ। ସୌଭାଗ୍ୟବଶତଃ, ଯୁବକଙ୍କ ମରଣାନ୍ତକ ଆକ୍ରମଣରୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। କାରଣ ସ୍ଥାନୀୟ ଲୋକେ ଆକ୍ରମଣକାରୀ ଯୁବକକୁ କାବୁ କରି ପୋଲିସ୍କୁ ହସ୍ତାନ୍ତର କରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୁଣେ ସହରର ସଦାଶିବ ପେଠ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆକ୍ରମଣକାରୀ ଯୁବକର ନାଁ ସାନ୍ତନୁ ଲକ୍ଷ୍ମଣ ଯାଦବ ଓ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ନାଁ ପ୍ରୀତି ରାମଚନ୍ଦ୍ର(୨୦)।
ସୂଚନା ଅନୁସାରେ, ସାନ୍ତନୁ ପ୍ରଥମେ ପ୍ରୀତିଙ୍କ ସ୍କୁଟିକୁ ଅଟକାଇଥିଲେ। ଏହାପରେ ହାତରେ ଭୁଜାଲି ଧରି ତାଙ୍କୁ ଗୋଡ଼ାଇ ଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀ ଜଣକ ସାଲ୍ୱାର ପିନ୍ଧି ଥିବାବେଳେ କାନ୍ଧରେ ବ୍ୟାଗ ପକାଇଛନ୍ତି ଓ ମୁହଁକୁ କଭର୍ କରିଛନ୍ତି। ତାଙ୍କୁ ପିଛା କରି ଜଣେ ଯୁବକ ହାତରେ ଭୁଜାଲି ଧରି ତାଙ୍କୁ ରାସ୍ତା ମଝିରେ ଗୋଡ଼ାଉଛନ୍ତି। ଯୁବତୀଙ୍କ ପଛପଟୁ ସମ୍ପୃକ୍ତ ଯୁବକ ଆକ୍ରମଣ କରିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଉକ୍ତ ଯୁବତୀ ତତ୍କ୍ଷଣାତ ତଳୁ ଉଠି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
THIS IS HUGE: Thanks for your efforts, Pune residents - Set the example for Delhi Sakshi Case.
— ADV. ASHUTOSH J. DUBEY 🇮🇳 (@AdvAshutoshBJP) June 27, 2023
A Pune man attempted to kiII a female after an attack because of one-sided love, but locals intervened, caught the attacker, and saved the girl, Salute!🔥👏 pic.twitter.com/WO0W04cVr1
ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଯୁବକଙ୍କୁ କାବୁ କରିବା ସହ ପୋଲିସ୍କୁ ହସ୍ତାନ୍ତର କରିଥିଲେ। ପୋଲିସ୍ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କ ମା’ଙ୍କ କହିବା ଅନୁସାରେ, ଆକ୍ରମଣକାରୀ ଯୁବକ ତାଙ୍କ ଝିଅକୁ ହଇରାଣ କରୁଥିଲେ।