Wife Killed Husband
ପୁଣି ସ୍ତ୍ରୀ ସାଜିଲା ଖୁନୀ । ସ୍ୱାମୀକୁ ମାରିଲା, ନିଜ ମଥାରୁ ସିନ୍ଦୂର ପୋଛିଲା । ସାତଜନ୍ମର ସାଥୀ ହେବାକୁ ଯାହାର ହାତ ଧରିଥିଲା, ନିଜ ହାତରେ ତା'ରି ତଣ୍ଟି ଚିପି ହତ୍ୟା କଲା । ପାରିବାରିକ କଳହ କେମିତି ଉଗ୍ର ରୂପ ନେଇପାରେ ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଗତକାଲି ରାତିରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିଛି । ଧରାକୋଟ ଥାନାର ମୁଣ୍ଡମରାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରକାଣ୍ଡ: ଗଳାକାଟି ୩ ଜଣଙ୍କୁ ହତ୍ୟା, ଆକ୍ରମଣରେ ୭ ଜଣ ଗୁରୁତର
ସୂଚନା ମୁତାବକ, ମୃତକ ହେଲେ ମୁଣ୍ଡମରାଇ ଗାଁର ଅମର ନାୟକ । ଅଭିଯୁକ୍ତ ସ୍ତ୍ରୀ ଅଞ୍ଜନା ନାୟକ । ଗତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଯାହା କ୍ରମଶଃ ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅମରଙ୍କ ତଣ୍ଟି ଚିପି ହତ୍ୟା ହତ୍ୟା କରିଥିଲା ସ୍ତ୍ରୀ ଅଞ୍ଜନା । ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ।
ମାତ୍ର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବିଗତ କିଛି ଦିନ ହେଲା ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିବାର ଅନେକ ଜଘନ୍ୟ ମାମଲା ସାମ୍ନାକୁ ଆସୁଛି । କେତେବେଳେ ଅନୈତିକ ସମ୍ପର୍କ ତ ଆଉ କେତେବେଳେ ପାରିବାରିକ କହଳ ପାଇଁ ହତ୍ୟାକାରୀ ସାଜୁଛି ସ୍ତ୍ରୀ । ନିକଟରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ନବବିବାହିତା ସ୍ତ୍ରୀ ସୋନମ୍ ହନିମୁନରେ ଯାଇଥିବା ସ୍ୱାମୀ ରାଜାଙ୍କୁ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750241313.jpg)