Advertisment

‘ବାହାଘର ପରେ ମୋ ଝିଅ ଘରକୁ ଆସିଥାନ୍ତା, ହେଲେ ତା’ପୂର୍ବରୁ ତଣ୍ଟି ଚିପି ମାରିଦେଲେ’

ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।

ଅଦ୍ୟତନ ହୋଇଛି
Dowry Death Case In Odisha's Dhenkanal

Woman Allegedly Killed For Dowry In Dhenkanal

Advertisment

ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବାହା ହୋଇ ଝିଅ ବାପ ଘରକୁ ମଧ୍ୟ ଆସି ନଥିଲା। କିନ୍ତୁ ଦୁର୍ଭାଗ୍ୟ, ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।ବାପଘର ଛାଡ଼ି ପରକୁ ଆପଣାର କରି ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ହେଲେ ସେ ଜାଣି ନଥିଲେ ଯାହାକୁ ନିଜର ଭାବି ନୂଆ ସଂସାର ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ, ଦିନେ ସେମାନେ ହିଁ ତାଙ୍କର ଜୀବନ ନେଇଯିବେ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତ ନବବଧୂ ହେଲେ କଟକ ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା ପତଣ୍ଡା ଗାଁର ପ୍ରଦୀପ ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା।

Advertisment

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୧ ତାରିଖରେ ଝୁମ୍ପୁଡିଆ ଗାଁର ଦେବୀ ପ୍ରସାଦ ମହାନ୍ତିଙ୍କୁ ଲକ୍ଷ୍ମୀପ୍ରିୟା ବିବାହ କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକଙ୍କ ଅଭିଯୋଗ, ଗତ ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ତାଙ୍କ ମା’ ଓ ଭାଇଙ୍କ ସହ କଥା ହୋଇଥିଲେ। ସେହି ସମୟରେ ଘରେ କିଛି ଝଗଡ଼ା ଶୁଭିବାରୁ ଫୋନ୍‌ କଟି ଯାଇଥିଲା। ପରେ ଯୋଗାଯୋଗ ପରେ ଲକ୍ଷ୍ମୀପ୍ରିୟା ଚେତା ଶୂନ୍ୟ ହୋଇଥିବା ଝିଅର ଶ୍ୱଶୁର ଘର ଲୋକ ତାଙ୍କ ପରିବାରକୁ ଜଣାଇଥିଲେ। ଏହାପରେ ତାଙ୍କୁ ଆଠଗଡ଼ ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

୨ ଲକ୍ଷ ଟଙ୍କା ପାଇଁ ଝିଅକୁ ମାରି ଦେଇଥିବା ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୌତୁକ ବାବଦକୁ ବାହାଘର ସମୟରେ ୧ ଲକ୍ଷ ଟଙ୍କା ଦିଆ ଯାଇଥିଲା। ଆଉ ୨ ଲକ୍ଷ ଯୌତୁକ ଟଙ୍କା ମାଗିବାକୁ ନେଇ ଝଗଡ଼ା ହୋଇଥିଲା ବୋଲି  ଲକ୍ଷ୍ମୀପ୍ରିୟାଙ୍କ ବାପା କହିଛନ୍ତି। ତେବେ ଯୌତୁକ ଟଙ୍କାକୁ ନେଇ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଲକ୍ଷ୍ମୀପ୍ରିୟାଙ୍କ ବାପା ଅଭିଯୋଗ ଆଣିଛନ୍ତି। 

ଝିଅର ବେକରେ ଓ ଦେହରେ ମାଡ ଦାଗଥିବା ଲକ୍ଷ୍ମୀପ୍ରିୟାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଭାପୁର ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି ଢେଙ୍କାନାଳ ସଦର ପୋଲିସ କୋର୍ଟ ଚାଲାଣ କରିଛି। ଯୌତୁକ ପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ବାହାଘରର ୨୫ଦିନ ପରେ ଏହି ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୋଷୀଙ୍କୁ ଉଚିତ୍‌ ଦଣ୍ଡ ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକ ଦାବି କରିଛନ୍ତି। 

Advertisment
Dowry Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ