Advertisment

ପାର୍ଲର ଯିବାକୁ ମନା କଲେ ସ୍ୱାମୀ, ଫ୍ୟାନ୍‌ରେ ଝୁଲି ପଡ଼ିଲା ସ୍ତ୍ରୀ !

ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
Woman Allegedly Commits Suicide After Husband Stops Her From Going To Parlour

Woman Allegedly Commits Suicide After Husband Stops Her From Going To Parlour

କେତେବେଳେ ମୋବାଇଲ୍‌ ବ୍ୟବହାର କରିବାକୁ ମନା କରିବାରୁ ଛାତ୍ରଛାତ୍ରୀ ଜୀବନ ହାରିଲେଣି ତ ଆଉ କେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ କିଏ ଜୀବନ ହାରିଲାଣି। ସାମାନ୍ୟ ଘଟଣାକୁ ନେଇ କିଛି ଲୋକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଦିନ ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି। ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି। ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Advertisment

ସୂଚନା ଅନୁସାରେ, ବିୟୁଟି ପାର୍ଲର ଯିବା ପାଇଁ ମହିଳା ଜଣକ ସ୍ୱାମୀଙ୍କୁ କହିଥିଲେ। ହେଲେ ସ୍ୱାମୀ ରୋକଠୋକ ମନା କରିଦେଇଥିଲେ। ଯାହାକୁ ନେଇ ସମ୍ପୃକ୍ତ ମହିଳା ରାଗି ଯାଇଥିଲେ। ଏହାପରେ ଘରେ ଲାଗିଥିବା ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ପୋଲିସ୍‌କୁ ସୂଚନା ଦେଇଛନ୍ତି।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରା ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ବିଭିନ୍ନ ଦିଗକୁ  ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment
Deadbody Found
Advertisment
Advertisment