Advertisment

ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କୁ ଆକ୍ରମଣ କଲା ବୋହୂ

ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି  ବୋହୂ। ଏମିତି ଅଭିଯୋଗ ଆସିଛି  ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ

attack on senior citizen

attack on senior citizen

Advertisment

ଭୁବନେଶ୍ୱର:ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି  ବୋହୂ। ଏମିତି ଅଭିଯୋଗ ଆସିଛି  ଭୁବନେଶ୍ୱର ଶୈଳଶ୍ରୀ ବିହାରରେ। ଆକ୍ରମଣର ଶୀକାର ମହିଳା ହେଲେ ପୂର୍ଣ୍ଣିମା ମହାନ୍ତି। ଏ ନେଇ ପୂର୍ଣ୍ଣିମାଙ୍କ ପୁଅ ସନ୍ଦୀପ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗ ଅନୁଯାୟୀ,  ଗତାକିଲ ଅପରାହ୍ନରେ ସନ୍ଦୀପ ମହାନ୍ତିଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ନିଜ ବାପା, ମା ଓ ଭାଇଙ୍କୁ ଧରି ଘରକୁ ଆସିଥିଲେ। ପରିବାର ଲୋକଙ୍କ ସହ ମିଶି ବୋହୂ ଶାଶୂ ଅର୍ଥାତ୍‌ ପୂର୍ଣ୍ଣିମାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସନ୍ଦୀପ।  ଆକ୍ରମଣରେ ପୂର୍ଣ୍ଣିମାଙ୍କ ମୁଣ୍ଡରେ ଆଘାତ ଲାଗିଛି।  ସନ୍ଦୀପ ଓ ତାଙ୍କ ପତ୍ନୀ ମଧ୍ୟରେ ଦାମ୍ପତ୍ୟ କଳ଼ହ ଲାଗି ରହିଛି। ଏହ ବିବାଦକୁ ନେଇ ତାଙ୍କର ପତ୍ନୀ ମା’ଙ୍କୁ ଆକ୍ରମଣ କରିଥିବା କହିଛନ୍ତି ସନ୍ଦୀପ।

Advertisment

 ସନ୍ଦୀପଙ୍କ ମା’ ପୂର୍ଣ୍ଣିମାଙ୍କ କହିବା ଅନୁଯାୟୀ, ବିବାହ ପରଠୁ ବୋହୂ ତାଙ୍କର ବାପ ଘରେ ରହି ଆସୁଛନ୍ତି। ଏନେଇ ଏକ ନୋଟିସ୍ ପଠାଇବା ପରେ ପରିବାର ଲୋକେ ଆସି ଆକ୍ରମଣ କରିଥିବା କହିଛନ୍ତି।   ଧସ୍ତାଧସ୍ତି କରିବା ସହ ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ କହିଛନ୍ତି ପୂର୍ଣ୍ଣିମା। ଆକ୍ରମଣ ପରେ ଏକ  କାର୍‌ରେ ବସି ସମସ୍ତେ ଖସିଯାଉଥିବାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସନ୍ଦୀପଙ୍କ ପତ୍ନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Bhubaneswar Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ