Husband Murder
ଏଇ ୪ ମାସ ତଳେ ବିବାହ ହୋଇଥିଲା । ସ୍ତ୍ରୀ ସହ ସୁଖର ସଂସାର ଗଢିବାକୁ ସ୍ୱପ୍ନ ଦେଖିଥିଲେ ନବବିବାହିତ ସ୍ୱାମୀ । କିନ୍ତୁ ସ୍ୱାମୀ ନୁହେଁ, ଅନ୍ୟ ଜଣେ ଯୁବକର ପ୍ରେମରେ ଉବୁଟୁବୁ ହେଉଥିଲା ସ୍ତ୍ରୀ । ଆଉ ଏହି ଅନୈତିକ ପ୍ରେମର ରାସ୍ତାରେ କଣ୍ଟା ସାଜିଥିଲେ ସ୍ୱାମୀ । ତା' ପରେ ଆରମ୍ଭ ହେଲା ମର୍ଡର ପ୍ଲାନିଂ । ନିଜ ପ୍ରେମିକ ସହ ମିଶି ସ୍ୱାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ୱାମୀ ପେଟରେ ଭଙ୍ଗା ମଦ ବୋତଲ ଭୁସି ନିର୍ମମ ଭାବେ ହତ୍ୟା କଲା । ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ପୁଣିଥରେ ଜଣେ ସ୍ୱାମୀ ଏମିତି ଭାବରେ ବଳି ପଡିଛି । ସ୍ୱାମୀ ପେଟରେ ୩୬ ଥର ଭଙ୍ଗା ବିଅର୍ ବୋତଲ ଭୁସି ହତ୍ୟା କରିଛି ପିଶାଚୀ ସ୍ତ୍ରୀ ।
ଅଧିକ ପଢ଼ନ୍ତୁ: ରାତିରେ ଘରକୁ ଫେରୁଥିଲେ, ଯୁବକଙ୍କୁ ଗୁଳି ମାରି ଲୁଟିନେଲେ
ଏହି ଘଟଣା ମଧ୍ୟପ୍ରଦେଶ ବୁର୍ହାନପୁରର । ୪ ମାସ ତଳେ ୨୫ ବର୍ଷୀୟ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ଜଣେ ୧୭ ବର୍ଷୀୟା ନାବାଳିକା ସହ ବିବାହ ହୋଇଥିଲା । କିନ୍ତୁ ନାବାଳିକା ସ୍ତ୍ରୀ ଯୁବରାଜ ନାମକ ଆଉ ଜଣେ ଯୁବକକୁ ଭଲ ପାଉଥିଲା । ତେଣୁ ପ୍ରେମିକ ସହ ମିଶି ରାହୁଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ସ୍ତ୍ରୀ । ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ମିଶି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ଖାଇ ପିଇ ସପିଂ ସାରି ବାଇକରେ ଘରକୁ ଫେରୁଥିବାବେଳେ ବାଟରେ ସ୍ତ୍ରୀ ଚପଲ ଖସିପଡିବା ଆଳ କରି ବାଇକ ଅଟାଇବାକୁ କହିଥିଲେ ।
ରାହୁଲ ବାଇକ୍ ରୋକିବା ମାତ୍ରେ ପ୍ରେମିକ ଯୁବରାଜର ଦୁଇ ସାଙ୍ଗ ତାଙ୍କୁ ଘେରି ଯାଇଥିଲେ । ୩ ଜଣ ମିଶି ରାହୁଲଙ୍କୁ ବାଇକରୁ ଘୋଷାଡି ଆଣିବା ସହିତ ଏକ ଭଙ୍ଗା ବିଅର ବୋତଲ ଭୁସି ଦେଇଥିଲେ । ଥରେ କି ଦୁଇ ଥର ନୁହେଁ, ୩୬ ଥର ରାହୁଲଙ୍କ ପେଟରେ ଭଙ୍ଗା ବୋତଲ ଭୁସିଥିଲେ ଅଭିଯୁକ୍ତମାନେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତ ସ୍ତ୍ରୀ ଭିଡିଓ କଲ୍ କରି ପ୍ରେମିକ ଯୁବରାଜକୁ ରାହୁଲଙ୍କ ମୃତଦେହ ଦେଖାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇ ପ୍ରେମିକ ସହ ଫେରାର୍ ହୋଇଯାଇଥିଲା ପତିହନ୍ତା ।
ଗତ ରବିବାର ଦିନ ରାହୁଲଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସର ତନାଘନା ପରେ ମୃତଦେହ ଚିହ୍ନଟ ହେବା ସହ ରାହୁଲଙ୍କୁ ଶେଷ ଥର ନିଜ ସ୍ତ୍ରୀ ସହ ଦେଖାଯାଇଥିବା ଜଣାପଡିଥିଲା । ପୋଲିସ ଘଟଣାର ଜୋରଦାର୍ ଛାନଭିନ୍ କରିବା ପରେ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିଲା । ପଚରାଉଚରା ବେଳେ ହତ୍ୟାକାରୀ ସ୍ତ୍ରୀ ନିଜର ଦୋଷ ସ୍ୱୀକାର କରିଛି । ସେ ନିଜ ପ୍ରେମିକ ଯୁବରାଜ ଓ ତା'ର ଦୁଇ ସାଙ୍ଗ ସହ ମିଶି ରାହୁଲଙ୍କୁ ହତ୍ୟା କରିଥିବା ମାନିଛି । ଘଟଣାରେ ପୋଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।
କେବଳ ଏହି ଗୋଟିଏ ମାତ୍ର ଘଟଣା ନୁହେଁ, ଅନୈତିକ ପ୍ରେମ ସମ୍ପର୍କ ପାଇଁ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ହେଉ କିମ୍ବା ସ୍ତ୍ରୀର ଅତ୍ୟାଚାରରେ ସ୍ୱାମୀ ଆତ୍ମହତ୍ୟା କରିବାର ଗୋଟିଏ ପରେ ଗୋଟିଏ ଘଟଣା ସଭ୍ୟ ସମାଜକୁ ଦୋହଲାଇ ଦେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744954423.jpg)