Advertisment

ଭିଜିଲାନ୍ସକୁ ଖୋଲା ଚାଲେଂଜ କଲେ ASPଙ୍କ ପତ୍ନୀ

ସବୁ ଗାଡ଼ି ନମ୍ବର 0005ର ଗୁମର ବି ଖୋଲିଛନ୍ତି ତ୍ରିନାଥଙ୍କ ପତ୍ନୀ କହିଛନ୍ତି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଭୁବନେଶ୍ୱର: ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ।
ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ସୂଚନା ମିଳିଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ। ଆୟର ପ୍ରାୟ ୫ଶହ ପ୍ରତିଶତ ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି। 

Advertisment

କମ୍ୟୁନିକେସନ ASP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାରେ ଭିଜିଲାନ୍ସକୁ ଖୋଲା ଚାଲେଂଜ କଲେ ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ। କୌଣସି ଗୋଟିଏ ପ୍ରମାଣ ଭିଜିଲାନ୍ସ ଦେଉ ବୋଲି ଚାଲେଂଜ କରିଛନ୍ତି। ଏପରିକି ଭିଜିଲାନ୍ସ ବିରୋଧରେ କୋର୍ଟ ଯିବେ ବୋଲି କହିଲେ ତ୍ରିନାଥଙ୍କ ପତ୍ନୀ କହିଛନ୍ତି। ସବୁ ମିଛ, ସବୁ ପ୍ରମାଣ କୋର୍ଟରେ ଦେବି, ଭିଜିଲାନ୍ସ କିଛି କରିପାରିବନି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ୪ଟି କୋଠା ରହିଥିବା ନେଇ ଭିଜିଲାନ୍ସ କହୁଛି, ଗୋଟିଏର ତ ପ୍ରମାଣ ଦେଉ। ମୋର ସବୁ ପୈତୃକ ସଂପତ୍ତି; ମାଙ୍କ ନାଁରେ ସଂପତ୍ତିକୁ ଦର୍ଶାଯାଉଛି।
ପୁଅ ଡାକ୍ତର ହେଲେ ତାକୁ BMW କାର୍ ଦେବି ବୋଲି କହିଥିଲି। ସୁନା ଗହଣା ବନ୍ଧା ରଖି ୩୦ ଲକ୍ଷ ଡାଉନ ପେମେଣ୍ଟ ଦେଇ କାର୍ କିଣିଛି। ୩୦ ଲକ୍ଷ ପରେ ବାକି ଟଙ୍କା ବ୍ୟାଙ୍କରୁ ଲୋନ୍ ନେଇ କାର୍ କିଣିଛି।

Advertisment

ସେହିପରି ସବୁ ଗାଡ଼ି ନମ୍ବର 0005ର ଗୁମର ବି ଖୋଲିଛନ୍ତି ତ୍ରିନାଥଙ୍କ ପତ୍ନୀ କହିଛନ୍ତି। ସାନପୁଅର ଜନ୍ମଦିନ ୫ ତାରିଖରେ ହୋଇଥିବାରୁ ଗାଡ଼ି ନମ୍ବର ୫ ରହିଛି।ଭିଜିଲାନ୍ସ ସହ କୋର୍ଟରେ ଦେଖାହେବ ବୋଲି ଖୋଲା ଚାଲେଂଜ ଦେଇଛନ୍ତି। ଡିପାର୍ଟମେଣ୍ଟରେ ଗୋଡ଼ଟଣା ନୀତି ଓ ଈର୍ଷା ଯୋଗୁଁ ରେଡ୍ କରାଯାଇଛି ବୋଲି ଦୀପ୍ତିମୟୀ କହିଛନ୍ତି। 

Vigilance Raid Vigilance Scanner Additional SP Trinath Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ