Advertisment

Wife kills husband with youtuber lover in haryana: ୟୁଟ୍ୟୁବର ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା ସ୍ତ୍ରୀ

ପ୍ରବୀଣଙ୍କ ଖୋଜ ଖବର ନ ମିଳିବାରୁ ପରଦିନ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତିନି ଦିନ ପରେ ଡ୍ରେନରୁ ପ୍ରବୀଣଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଉଭୟ ରବିନା ଓ ପ୍ରେମିକ ସୁରେଶକୁ ପୋଲିସ ଗିରଫ କରିଛି। ଜେରା ପରେ ସବୁ ସତ ଉଗାରିଛି ଅଭିଯୁକ୍ତ ପତ୍ନୀ।

ସ୍ୱାମୀକୁ ମାରିଲା ସ୍ତ୍ରୀ

ସ୍ୱାମୀକୁ ମାରିଲା ସ୍ତ୍ରୀ

Advertisment

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରା ପଡିବା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ସ୍ତ୍ରୀ। ନିଜ ହାତରେ ନିଜେ ପୋଛି ଦେଇଛି ମଥା ସିନ୍ଦୁର। ପ୍ରେମିକ ସହ ମିଶି ସାତ ଜନମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଛି ହତ୍ୟା। ତିନି ଦିନ ପରେ ଡ୍ରେନ୍‌ରୁ ସ୍ୱାମୀର ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରି ହତ୍ୟାକାରୀ ସ୍ତ୍ରୀକୁ ଗିରଫ କରିଛି। ହରିୟାଣାର ଭିୱାନି ଜିଲ୍ଲାରେ ଘଟିଛି ଏଭଳି କିଛି ଲୋମଟାଙ୍କୁରା ହତ୍ୟକାଣ୍ଡ।

Advertisment

ରେୱାଡି ଜିଲ୍ଲା ଯୋଡି ଗାଁର ରବିନା। ୨୦୧୭ରେ ଭିୱାନି ଜିଲ୍ଲାର ପ୍ରବୀଣଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଗୋଟିଏ ପୁଅ ବି ଅଛି। ପ୍ରବୀଣ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ଆଉ ରବିନା ପେସାରେ ଜଣେ ୟୁଟ୍ୟୁବର। ବେଶ କିଛି ବର୍ଷ ହେଲା ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରୁଥିଲେ ରବିନା। ଏହାକୁ ପସନ୍ଦ କରୁନଥିଲେ ସ୍ୱାମୀ। ତଥାପି ସଂସାର ଗାଡ଼ି ଆଗକୁ ଚାଲିଥିଲା।

ଦେଢ଼ ବର୍ଷ ତଳେ ଇନଷ୍ଟାଗ୍ରାମରୁ ହିସାର ଜିଲ୍ଲାର ଆଉ ଜଣେ ୟୁଟ୍ୟୁବର ସୁରେଶଙ୍କ ସହ ରବିନାଙ୍କ ଆରମ୍ଭ ହୋଇଥିଲା ବନ୍ଧୁତା। ପରେ ଉଭୟ ପ୍ରେମରେ ପଡିଥିଲେ। ରବିନା ଓ ସୁରେଶ ଏକାଠି ଭିଡିଓ କରିବାରୁ ପ୍ରବୀଣ ଏହାକୁ ବିରୋଧ କରିଥିଲେ। ମାର୍ଚ୍ଚ୨୫ ତାରିଖ। ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ନିଜ ଘର ଭିତରେ ଦେଖି ଚକିତ ହୋଇଯାଇଥିଲେ ପ୍ରବୀଣ। ଏହାକୁ ନେଇ ରବିନାଙ୍କ ସହ ଝଗଡା ହୋଇଥିଲା। ପରେ ୟୁଟ୍ୟୁବର ପ୍ରେମିକ ସହାୟତାରେ ନିଜ ଓଡ଼ଣୀରେ ସ୍ୱାମୀର ତଣ୍ଟିକୁ ଚିପି ହତ୍ୟା କରିଥିଲେ ରବିନା। ହତ୍ୟା ପରେ ମୃତଦେହକୁ ଅଖାରେ ପୂରାଇ ବାଇକ୍‌ରେ ନେଇ ଡ୍ରେନ୍ ଫିଙ୍ଗି ଦେଇଥିଲେ ଉଭୟ।

Advertisment

ପ୍ରବୀଣଙ୍କ ଖୋଜ ଖବର ନ ମିଳିବାରୁ ପରଦିନ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତିନି ଦିନ ପରେ ଡ୍ରେନରୁ ପ୍ରବୀଣଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଉଭୟ ରବିନା ଓ ପ୍ରେମିକ ସୁରେଶକୁ ପୋଲିସ ଗିରଫ କରିଛି। ଜେରା ପରେ ସବୁ ସତ ଉଗାରିଛି ଅଭିଯୁକ୍ତ ପତ୍ନୀ।

Murder Extramarital Affair Man Killed By Wife Indian YouTuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ