Advertisment

‘ପିଇସୀ କହିଲା ପିଇସାକୁ ମାରିଦେ, ତା’ପରେ ତୋତେ ବାହାହେବି’

ହତ୍ୟାକାଣ୍ଡର ଭୟଙ୍କର କାହାଣୀ ବଖାଣିଲା ଅଭିଯୁକ୍ତ

ଅଦ୍ୟତନ ହୋଇଛି
Crime In UP

crime

Advertisment

ପିଇସୀଙ୍କ ପ୍ରେମରେ ପଡ଼ି ପୁତୁରା ସାଜିଲା ହତ୍ୟାକାରୀ। ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଫିରୋଜାବାଦରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳା ଏବଂ ତାଙ୍କ ପୁତୁରା ମଧ୍ୟରେ ଅବୈଧ ସମ୍ମନ୍ଧ ସୃଷ୍ଟି ହେବା ପରେ ଏଭଳି ହତ୍ୟାକାଣ୍ଡ ଘଟିଛି। ଆଉ ପ୍ରେମିକ ସହିତ ବାକି ଜୀବନ କଟାଇବା ପାଇଁ ମହିଳା ଜଣକ ସ୍ୱାମୀଙ୍କୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ଶିଖୋହାବାଦ ଅଞ୍ଚଳର ମାଲଖାନପୁର ରାସ୍ତାରେ ଜାନୁଆରୀ ୨ରେ ଏକ ଅଜ୍ଞାତ ମୃତଦେହ ମିଳିଥିଲା। ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତୁରନ୍ତ ତଦନ୍ତ ଆରମ୍ଭ ହେବା ପରେ ମୃତକଙ୍କ ପରିଚୟ ମିଳିଥିଲା। ମୃତଦେହ ହାଥରସ ସିକନ୍ଦରାଉ ନିବାସୀ ନଇମଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ନଇମଙ୍କ ଭଉଣୀ ସାରା ଖାତୁନ୍‌ ଭାଇଙ୍କୁ ହତ୍ୟା କରାଯାଇଥିବା କହି ଥାନାରେ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ତାନ୍ତ୍ରିକ କଥାରେ ପୁଅକୁ ବଳି : କାଳୀ ମୂର୍ତ୍ତି ସାମ୍ନାରେ ୪ ମାସର ଶିଶୁକୁ କାଟି ପକାଇଲା ମା’

Advertisment

ଏହି ଘଟଣାର ତଦନ୍ତ ଆରମ୍ଭ ହେବାପରେ ଶଙ୍କରପୁରୀ ନିବାସୀ ଶାହାରୁଖଙ୍କ ଉପରକୁ ପୋଲିସ୍‌ର ସନ୍ଦେହ ଯାଇଥିଲା । ହେଲେ ପୋଲିସ୍‌ ତା’ ନିକଟରେ ପହଞ୍ଚିବା ପୂର୍ବରୁ ଶାହାରୁଖ ଫେରାର୍‌ ମାରିଥିଲା । ଅଭିଯୁକ୍ତକୁ ଧରାଇଦେଲେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ଅନେକ ଖୋଜାଖୋଜି କରିବା ପରେ ଶନିବାର ଦିନ ଶିଖୋହାବାଦରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ୍ ।

ଧରାପଡ଼ିବା ପରେ ଅଭିଯୁକ୍ତ ପୋଲିସ୍‌ ସାମ୍ନାରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ସମ୍ପର୍କୀୟ ପିଇସୀ ସହିତ ଅବୈଧ ସମ୍ପର୍କ ଥିବା ସେ ମାନିଛି । ଆଉ ସେ ପିଇସୀ କଥାରେ ପଡ଼ି ପିଇସାଙ୍କୁ ହତ୍ୟା କରିଛି । କାରଣ ତାଙ୍କୁ ହତ୍ୟା କରିବା ପରେ ଉଭୟେ ସାଥୀରେ ରହିବେ ବୋଲି ସେ କହିଥିଲେ । ହେଲେ ଏବେ ଅଭିଯୁକ୍ତ ଦୁହିଁଙ୍କୁ ଜେଲରେ ଦିନ ବିତାଇବା ପାଇଁ ପଡ଼ିବ । 

Advertisment
Murder Murder Case Extramarital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ