Advertisment

Marital Murder Cases: କେବେ ସ୍ୱାମୀ ତ କେବେ ସ୍ତ୍ରୀ, କାହିଁକି ଘଟୁଛି ହତ୍ୟା ପରେ ହତ୍ୟା ?

ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ । ଲହୁ ଲୁହରେ ଭିଜି ଉଜୁଡ଼ି ଯାଉଛି ସୁନାର ସଂସାର । ଜମିଜମା ହେଉ ଅବା ପରକୀୟା ପ୍ରୀତି, ଆର୍ଥିକ ସମସ୍ୟା ହେଉ ଅବା ପୈତୃକ ସମ୍ପତ୍ତି । ଏସବୁ ଘଟଣାର ପୃଷ୍ଠଭୂମି ଉପରେ ଗତକିଛି ଦିନ ହେଲା, କ୍ରମାଗତ ସଂଘଟିତ ହେଉଛି ଅପରାଧ ।

ଅଦ୍ୟତନ ହୋଇଛି
Marital Murder Cases

Marital Murder Cases

Advertisment

ରକ୍ତରଂଜିତ ହେଉଛି ରକ୍ତ ସମ୍ପର୍କ । ଲହୁ ଲୁହରେ ଭିଜି ଉଜୁଡ଼ି ଯାଉଛି ସୁନାର ସଂସାର । ଜମିଜମା ହେଉ ଅବା ପରକୀୟା ପ୍ରୀତି, ଆର୍ଥିକ ସମସ୍ୟା ହେଉ ଅବା ପୈତୃକ ସମ୍ପତ୍ତି । ଏସବୁ ଘଟଣାର ପୃଷ୍ଠଭୂମି ଉପରେ ଗତକିଛି ଦିନ ହେଲା, କ୍ରମାଗତ ସଂଘଟିତ ହେଉଛି ଅପରାଧ । ଏପରିକି ଛୋଟମୋଟ ଘଟଣାରେ ବି ଘଟୁଛି ହିଂସା । ଫଳରେ ଗଣ୍ଡଗୋଳ ନୁହେଁ, ସିଧା ହତ୍ୟା ଯାଏଁ କଥା ଯାଉଛି । ଯାହା ସମାଜରେ ଏବେ ସାଜିଛି ନୂଆ ଏକ ବ୍ୟାଧି । ତେବେ ପରିବାର ଭିତରେ କାହିଁକି ତୀବ୍ର ହେଉଛି ଅପରାଧ ପ୍ରବଣତା  ? କାହିଁକି ରକ୍ତ ସଂପର୍କରେ ଲାଗୁଛି ନିଆଁ ? ଦେଖିବା ଏ ସଂପର୍କିତ ଏକ ରିପୋର୍ଟ। 

Advertisment

ରକ୍ତରଂଜିତ ଘର ଦୁଆର । କାନ୍ଦ ବୋବାଳିରେ ଫାଟି ପଡୁଛି ଇଲାକା । ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି ଶଙ୍ଖା । ହିଂସାକୁ ଦେଖି ଆତଙ୍କରେ ଥରହର ଗାଁର ବୃଦ୍ଧ ପରିଜନ । ପତ୍ନୀଟିଏ ଏମିତି କ’ଣ କଲା ଯେ, ହାଣି ମାରିଦେଲା ସ୍ବାମୀ ? ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ବନ୍ଧସାହି ଗାଁ । ଗାଁର ଲମା ବାସ୍କେ ସାମାନ୍ୟ ଅଣ୍ଡା ତରକାରୀ ପାଇଁ ପତ୍ନୀ ବାସନ୍ତୀଙ୍କୁ ବାଡ଼େଇ ମାରିଦେଇଛି ଚୁଲି ମୁଣ୍ଡରେ । ସେହିପରି ଗଞ୍ଜାମ କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁର ଆଉ ଏକ ଲୋମଟାଙ୍କୁରା ଅପରାଧ। ଘରେ ଶୋଇଥିବା ଅବସ୍ଥାରେ ଗାଁର କାଳିଆ ସେଠୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଆଉ ଏହି ହତ୍ୟା ପଛରେ ତାଙ୍କ ପତ୍ନୀ ଓ ଶ୍ବଶୁରଙ୍କ ହାତ ଥିବା ସଂଗୀନ ଅଭିଯୋଗ ଉଠିଛି । କୁହାଯାଉଛି, ପତ୍ନୀର ପରକୀୟ ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଛି । 

ଅଧିକ ପଢନ୍ତୁ: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍

କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ତ ସୀମା ଟପିଯାଇଛି ବର୍ବରତା । ପାରିବାରିକ କଳହକୁ କେନ୍ଦ୍ର କରି ମାତ୍ର ୭ ମାସର ଶିଶୁକନ୍ୟାକୁ କଚାଡି ମାରିଛି ବାପା । ଆଉ ସେହି ନୃଶଂସ ବାପ ପେଟରେ କାଚ ବୋତଲ୍ ଭୁସି ଦେଇଛି ପତ୍ନୀ । କୁହାଯାଉଛି, ସ୍ବାମୀ ରୋଜଗାର ଶୂନ୍ୟ ହେବା ସହ ଘରେ ହାତବାନ୍ଧି ବସୁଥିଲା । ଘଟଣାଦିନ ପତି-ପତ୍ନୀ ମିଶି ଚାଉଳ ଆଣିବାକୁ ଯାଇଥିବାବେଳେ ଆର୍ଥିକ ସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ଗଣ୍ଡଗୋଳ । ଆଉ ସେହି ଗଣ୍ଡଗୋଳରୁ ଉତ୍ତ୍ୟକ୍ତ ହୋଇ ସ୍ବାମୀ ସଞ୍ଜୟ ଚାତାର୍ ପ୍ରଥମେ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଥିଲା । ଏହାର ବଦଲା ନେବାକୁ ଯାଇ ନିଜେ ସ୍ବାମୀକୁ ଏକ କାଚ ବୋତଲରେ ଭୁସି ଦେଇଥିଲା ପତ୍ନୀ। ସ୍ବାମୀ ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ । ପୋଲିସ ମାମଲାର ତଦନ୍ତ କରୁଛି। 

Advertisment

ଏଣେ ମଞ୍ଚେଶ୍ୱର ଅଂଚଳରେ ଭୁବନେଶ୍ବର ମଂଚେଶ୍ବରରେ ପତ୍ନୀ ନନ୍ଦିତାଙ୍କୁ ସ୍ବାମୀ ଗୁପ୍ତେଶ୍ୱର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଉ ହତ୍ୟା ପରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଆଣି ଛୁ ମାରିଥିଲା ସ୍ବାମୀ। 

୨ ଦିନ ତଳର ନୟାଗଡ଼ ଫରେଷ୍ଟର ଶିଶିର କୁମାର ସାହୁଙ୍କୁ ହତ୍ୟା ଅଭିଯୋଗ ମାମଲା କଥା ଥରେ ମନେପକାନ୍ତୁ । ପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ପୁଅ ସହ ମିଶି ତାଙ୍କ ପତ୍ନୀ କୁଆଡ଼େ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ଯାହାର ସତ୍ୟାସତ୍ୟ ପାଇଁ ଅଭିଯୁକ୍ତ ପତ୍ନୀ ଓ ପୁଅକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ହତ୍ୟା ଅଭିଯୋଗରେ ପୁଅ ଓ ପତ୍ନୀଙ୍କୁ ଧରି ଛାନଭିନ୍ ଚଳାଇଛି । 

Advertisment

ତେବେ ଏହି ଅଘଟଣ ପଛର ରହସ୍ୟ ଯାହାକୁ ବି ହେଉ । ରକ୍ତ ସମ୍ପର୍କ ଭିତରେ ସଂଘଟିତ ହେଉଥିବା ଅପରାଧକୁ ନେଇ କିନ୍ତୁ ବଢ଼ିଛି ଚିନ୍ତା । ଯାହାର ମୁଖ୍ୟ କାରଣ ହେଉଛି, ଏବେର ଏକାନ୍ନବର୍ତ୍ତୀ ପରିବାର। ପୂର୍ବରୁ ଯୌଥ ପରିବାର ଥିଲା ବୋଲି ଯେକୌଣସି ସମସ୍ୟାକୁ ମିଳିମିଶି ଟାଳି ଦିଆଯାଉଥିଲା । ଏବେ ପତି-ପତ୍ନୀ ଓ ଗୋଟିଏ ଯୋଡ଼ିଏ ପିଲାଙ୍କ ସଂସାର ଭିତରେ କୌଣସି ବି ସମସ୍ୟା ଉପୁଜିଲେ କେବଳ କଳି ବଢୁଛି, ସେହି କଳିରୁ ରକ୍ତ ସଂପର୍କ ରକ୍ତରଂଜିତ ହେଉଛି ବୋଲି ମତ ରଖିଛନ୍ତି । 

ଅଧିକ ପଢନ୍ତୁ : ଡିଜିଟାଲ ଆରେଷ୍ଟ; ଠକି ନେଲେ ୫୦ ଲକ୍ଷ, ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ...

Murder Husband Killed Wife Marital Discord Odisha Crime News Wife Killed Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: