Advertisment

ଆମେରିକାରେ ପ୍ଲାନିଂ... ମୁମ୍ବାଇରେ ଫାଇରିଂ...ଜାଣନ୍ତୁ କାହିଁକି ସଲମାନଙ୍କ ଉପରେ ଖପ୍ପା ବିଷ୍ଣୋଇ ଗ୍ୟାଙ୍ଗ?

ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ରହିଛି ଦୁଇଟି ବଡ଼ କାରଣ ।

ଅଦ୍ୟତନ ହୋଇଛି
Salman Khan

Salman Khan

Advertisment

ଆମେରିକାରେ ପ୍ଲାନିଂ, ତିହାରରେ ସାହସ ଆଉ ମୁମ୍ବାଇରେ ଫାଇରିଂ । ସୁପରଷ୍ଟାର୍ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ କିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆମେରିକାରେ ବସିଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ୱ ଦିଆଯାଇଥିଲା ।

Advertisment

ସିସିଟିଭ୍‌ ଫୁଟେଜ୍‌ରେ ଦେଖିବାକୁ ମିଳୁଛି କି ସଲମାନଙ୍କ ମୁମ୍ବାଇ ବାଦ୍ରା ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଆଗରେ ଦୁଇ ସୁଟର୍ ଖୁଲମ୍ ଖୁଲା ଗୁଳି ଚଲାଉଛନ୍ତି। ବାଇକ୍‌ରେ ଆସିଥିବା ଏହି ଦୁଇ ଜଣଙ୍କୁ ଗୋଦରା ଖୋଦ୍ ନିଯୁକ୍ତ କରିଥିବା ଜଣାପଡ଼ିଛି।

କାହିଁକି ସଲମାନଙ୍କୁ ଟାଗେର୍ଟ?

ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ରହିଛି ଦୁଇଟି ବଡ଼ କାରଣ । ପ୍ରଥମ ସଲମାନଙ୍କୁ ଧମକାଇବା । ବିଷ୍ଣୋଇ ଗ୍ୟାଙ୍ଗ୍ କେତେବେଳେ ବି ସଲମାନଙ୍କ ପାଖରେ ପହଞ୍ଚି ପାରିବ, ଏହା ଜଣାଇବାକୁ ହିଁ ଏହି ଗୁଳି ମାଡ଼ ହୋଇଥାଇପାରେ । ଦ୍ୱିତୀୟ ମୁଖ୍ୟ କାରଣ, ମୁମ୍ବାଇରେ ନିଜ କାୟା ବିସ୍ତାର କରିବା । ମୁମ୍ବାଇରେ ଥିବା ଷ୍ଟାରଙ୍କଠୁ ବଡ଼ ଆକାରରେଟଙ୍କା ୱସୁଲି ପାଇଁ ବି ଯୋଜନା ରଖିଛି ବିଷ୍ଣୋଇ ଗ୍ୟାଙ୍ଗ୍ ।

Advertisment

ସଲମାନଙ୍କ ଉପରେ କାହିଁକି ଖପ୍ପା ବିଷ୍ଣୋଇ ଗ୍ୟାଙ୍ଗ?

୧୯୯୮ କୃଷ୍ଣସାର ମୃଗ ହତ୍ୟା ମାମଲା ପରଠୁ ସଲମାନଙ୍କ ସହ ଲରେନ୍ସ ବିଷ୍ଣୋଇଙ୍କ ଶତ୍ରୁତା ଆରମ୍ଭ ହୋଇଥିଲା। ରାଜସ୍ଥାନର ବିଷ୍ଣୋଇ ସମ୍ପଦ୍ରାୟରେ କୃଷ୍ଣସାର ମୃଗଙ୍କୁ ପୂଜା କରାଯାଉଥିବା ବେଳେ ଏହାକୁ ହତ୍ୟା କରିଥିବାରୁ ଖୋଲାଖୋଲି ସଲମାନଙ୍କୁ ଏଥିପାଇଁ ଧମକାଇଥିଲା ଲରେନ୍ସ । ତିହାର ଜେଲରେ ରହି ବି ଧମକପୂର୍ଣ୍ଣ ଚିଠି, ଫୋନ୍ କଲ୍, ଇମେଲ୍ ଦେଇ ନିଜ ପତିଆରା ସାବ୍ୟସ୍ତ କରିଥିଲା । ହେଲେ ୨୯ ମେ’ ୨୦୨୨ରେ ପଞ୍ଜାବୀ ସିଙ୍ଗର୍ ସିଧୁ ମୁସେୱାଲାଙ୍କୁ ପଂଜାବ ମାନସାର ବିଚ୍ ରାସ୍ତାରେ ହତ୍ୟା, କରଣୀ ସେନା ସଭାପତି ସୁଖଦେବ ସିଂଙ୍କୁ ଗତ ବର୍ଷ ମର୍ଡର ପରେ ବିଷ୍ଣୋଇ ଗ୍ୟାଙ୍ଗର ଦବଦବା ଅଧିକ ବଢ଼ିଛି । ସେପଟେ Y ପ୍ଲସ୍ ସୁରକ୍ଷାରେ ଥିବା ସଲମାନଙ୍କ ସୁରକ୍ଷାକୁ ଅଧିକ ବଢ଼ାଇଛି ମୁମ୍ବାଇ ପୋଲିସ । ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ପଂଜାବ ପୋଲିସ୍ ଏକାଠି ତଦନ୍ତ କରୁଛନ୍ତି ।

Salman Khan Lawrence Bishnoi Gang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ