Advertisment

ଖୋଲିବ ରହସ୍ୟ ! କାହିଁକି ଜୀବନ ହାରିଲେ ଅଭିନେତ୍ରୀ ରଶ୍ମିରେଖା ?

କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ, ଏବେ ତାର କାରଣ ଖୋଜୁଛି ପୋଲିସ। ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।

Why did Odia TV actress Rashmirekha Ojha commit suicide ?

Why did Odia TV actress Rashmirekha Ojha commit suicide ?

Advertisment

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ, ଏବେ ତାର କାରଣ ଖୋଜୁଛି ପୋଲିସ। ଆତ୍ମହତ୍ୟା ପାଇଁ ତାଙ୍କୁ କିଏ ଉସକାଇଥିଲେ ?

Advertisment

ଲିଭ ଇନ୍‌ ରିଲେସନସିପ୍‌ରେ ରହୁଥିବା ସନ୍ତୋଷ ପାତ୍ର ରଶ୍ମିରେଖାଙ୍କ ପୂର୍ବତନ ବଏଫ୍ରେଣ୍ଡ୍‌ ରାଜାଙ୍କୁ ନେଇ କାହିଁକି ସନ୍ଦେହ କରୁଥିଲେ ?  ରଶ୍ମିରେଖାଙ୍କୁ କ’ଣ ମାନଚିକ ଚାପ ଦିଆଯାଉଥିଲା, ସେସବୁ ଦିଗକୁ ନେଇ ନୟାପଲ୍ଲୀ ପୋଲିସ ଖୋଳତାଡ କରୁଛି।  ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷେ, ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍‌ ରିଲେସନସିପ୍‌ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଫେରାର ମାରିବା, ତାଙ୍କ ଫୋନ୍ ସ୍ୱିଚ୍ ଅଫ ରହିବା ଆଦି ଘଟଣା ପରିବାର ଲୋକଙ୍କ ସନ୍ଦେହକୁ ଆହୁରି ବଢାଇଛି। ସନ୍ତୋଷ ଯଦି ନିର୍ଦ୍ଦୋଷ, ତେବେ ଘଟଣା ପରଠୁ ସେ କାହିଁକି ସାମ୍ନାକୁ ଆସୁ ନାହାନ୍ତି ବୋଲି ରଶ୍ମିରେଖାଙ୍କ ମା’ ଓ ଭାଇ ପ୍ରଶ୍ନ କରିଛନ୍ତି। ସେହିପରି ରଶ୍ମିରେଖାଙ୍କ ସହ କାମ କରୁଥିବା କିଛି ସହ କଳାକାର ମଧ୍ୟ ସମାନ ପ୍ରଶ୍ନ ଉଠାଇ ସନ୍ତୋଷଙ୍କ ଭୂମିକାକୁ ସନ୍ଦେହଜନକ ବୋଲି କହିଛନ୍ତି।

Advertisment

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍‌ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। 

ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଗତ ପ୍ରାୟ ୨ମାସ ଧରି ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଥିଲେ ରଶ୍ମିରେଖା । ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ତୋଷ ବାହାରେ ରହୁଛନ୍ତି। ମୃତ୍ୟୁ ରହସ୍ୟର ଖୋଳତାଡ଼ ବେଳେ ତ୍ରିକୋଣୀୟ ସମ୍ପର୍କର ସୁରାଗ୍ ମିଳିଛି। ଆଉ ସେହି ସୁରାଗ୍ ଦେଇଛି ସନ୍ତୋଷଙ୍କ ସହ କଥାବାର୍ତ୍ତାକୁ ନେଇ ଭାଇରାଲ୍ ହେଉଥିବା ଏକ ଟେଲିଫୋନିକ ଅଡ଼ିଓ । ଯେଉଁଥିରେ ଉଭୟେ ରାଜା ନାମକ ଜଣେ ଯୁବକଙ୍କ ବିଷୟରେ କଥା ହେଉଛନ୍ତି ।

Advertisment
Odia Actress Odia Actress Found Dead Actress Rashmi Rekha Ojha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ