ATM Loot
ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ । ଗତ ୧୧ ତାରିଖରେ ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମରୁ ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ମାମଲାରେ ପୋଲିସ ଯଦିଓ ୫ଜଣଙ୍କୁ ଗିରଫ କରିଛି ହେଲେ, ଅଧିକାଂଶ ମାମଲାରେ ବ୍ୟାକଫୁଟରେ ରହିଛି ପୋଲିସ ।
ବାଲେଶ୍ୱର ସହର ଏବେ ଏଟିଏମ ଲୁଟେରାଙ୍କ ଚରାଭୂଇଁ ସାଜିଥିବା ବେଳେ, ପୋଲିସ ଆଖିରେ ଧୂଳି ଦେଇ କରୁଛନ୍ତି ଗୋଟେ ପରେ ଗୋଟେ ଲୁଟ୍ । ପୋଲିସ ଏବେ ସୁଦ୍ଧା ୧୩ ଜଣ ଏଟିଏମ ଲୁଟେରାକୁ ଧରିଛି ହେଲେ, କିଛି ମାମଲାରେ ଏବେବି ପୋଲିସର ହାତ ଖାଲି । ତେବେ ବାଲେଶ୍ୱରକୁ କାହିଁକି ଟାର୍ଗେଟ କରୁଛନ୍ତି ଲୁଟେରା ?
ଆଇନଜୀବୀଙ୍କ ମତରେରେ ବାଲେଶ୍ୱର ସୀମାନ୍ତ ଜିଲ୍ଲା ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସୀମାକୁ ଲାଗି ରହିଛି । ସେହିପରି ଜଳପଥ ମଧ୍ୟ ଲୁଟେରାକୁ ସୁହାଉଛି । ଆଉ ଲୁଟ ପରେ କୌଣସି ମତେ ସୀମା ପାର ହୋଇଗଲେ ପୋଲିସ ଖୋଜିବା କଷ୍ଟକର ପାଠ ହୋଇପଡୁଛି ।
ଗତ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଅଞ୍ଚଳରେ ହୋଇଥିବା ଏଟିଏମ ଲୁଟ ପଛରେ ହରିଆଣା ଗ୍ୟାଙ୍ଗର ଲିଙ୍କ ପାଇଛି ପୋଲିସ । ଘଟଣାରେ ୫ଜଣ ଲୁଟେରାଙ୍କୁ ମୟୁରଭଂଜରୁ ଧରିଥିବା ବେଳେ ସେମାନଙ୍କ ପାଖରୁ ଜବତ ହୋଇଛି ବନ୍ଧୁକ, ଗ୍ୟାସ କଟର ଓ ନଗଦ ୬ଲକ୍ଷ ଟଙ୍କା ।
ସେପଟେ ଏଟିଏମ ଲୁଟ ଉଦ୍ୟମରେ ସଂପୃକ୍ତ ଥିବା ୮ଜଣଙ୍କୁ ଗିରଫ କରିଛି ପୋଲିସ । ମାତ୍ର ଏବେବି ରେମୁଣା ଗୋପୀନାଥ ମନ୍ଦିର ପାଖ ଏଟିଏମ୍ ଲୁଟର ଟେର ପାଇପାରିନି ପୋଲିସ । ଅନ୍ୟପଟେ ଏସପି କହିଛନ୍ତି ଅଧିକାଂଶ ଏଟିଏମରେ ଆଲାର୍ମ ଓ ସିସିଟିଭି ବ୍ୟବସ୍ଥା ଠିକ୍ ନଥିବାରୁ ଲୁଟେରା ଲୁଟରେ ସଫଳ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ATM_Loot_1705677515.jpg)