Advertisment

ଚୋର ପରିବାର: ଏକାଠି ହୋଇ ଚୋରି କରନ୍ତି

ଏମାନେ ଚୋରି କରିବା ପୂର୍ବରୁ ଯୋଜନା କରନ୍ତି। ପ୍ରଥମେ ବାପା, ମା ଘର ଚାରିପାଖେ ବୁଲନ୍ତି, ଇସାରା ଦେବା ପରେ ଦୁଇ ପୁଅ ଘର ଭିତରେ ପ୍ରବେଶ କରି ଚୋରି କରନ୍ତି।

ଅଦ୍ୟତନ ହୋଇଛି
whole family involve robbery and arrested

whole family involve robbery and arrested

Advertisment

ନିଜର ସନ୍ତାନ ବଡ଼ ହୋଇ ନାଁ କରିବ, ଏହା ସବୁ ପିତାମାତାଙ୍କ ସ୍ୱପ୍ନ ଥାଏ। କିନ୍ତୁ କାନପୁରରେ ଏପରି ଏକ ପରିବାର ଅଛି, ଯେଉଁଠି ବାପା ମା ନିଜର ପିଲାଙ୍କୁ ଚୋରି କରିବା ପାଇଁ କୁହନ୍ତି। ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତି ଚୋରି କରିବାରେ ଧୂରନ୍ଦର। ଯେତେବେଳେ ଚୋରି ପାଇଁ ଯୋଜନା ହୁଏ, ତେବେ ସାରା ପରିବାର ଏକାଠି ହୁଅନ୍ତି। 

Advertisment

କିନ୍ତୁ କଥାରେ ଅଛି, ଚୋର ଯେତେ ସିଆଣିଆ ହେଲେ ବି ପୋଲିସ ଠାରୁ ରକ୍ଷା ପାଇବା କଷ୍ଟକର। ଦୀର୍ଘ ଦିନର ଚୋରି ପରେ ଗୋଟିଏ ପରିବାରର ୪ ଲୋକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏବେବି ସେମାନଙ୍କ ୩ ସାଥୀ ଫେରାର ଅଛନ୍ତି। 

ଚୋରି ସାମଗ୍ରୀଚୋରି ସାମଗ୍ରୀ

କାନପୁର ଯୁଗ୍ମ ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ କହିଛନ୍ତି ଯେ ଘରେ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଜଣେ ସୁବେଦାର ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ ସିସିଟିଭି କ୍ୟାମେରାକୁ ଦେଖିବା ପରେ ସାଇକେଲରେ ଯାଉଥିବା ଦମ୍ପତିଙ୍କ ଉପରେ ସନ୍ଦେହ ପ୍ରକଟ ହୋଇଥିଲା। 

Advertisment

ପଚରାଉଚୁରାରୁ ଜଣାପଡ଼ିଥିଲା ଯେ ଏମାନେ ଚୋରି କରିବା ପୂର୍ବରୁ ଯୋଜନା କରନ୍ତି। ଦମ୍ପତି ସନ୍ଧ୍ୟା ନିଗମ ଓ ରାଜେଶ ନିଗମ ତାଙ୍କର ଦୁଇ ପୁଅ ସହ ମିଶି ଚୋରି କରିଥିଲେ। ପ୍ରଥମେ ଦମ୍ପତି ଘର ଚାରିପାଖେ ବୁଲନ୍ତି, ଇସାରା ଦେବା ପରେ ଦୁଇ ପୁଅ ଘର ଭିତରେ ପ୍ରବେଶ କରି ଚୋରି କରନ୍ତି। ଆଉ ଏସବୁ ପାଖ ଦୋକାନରେ ବିକ୍ରି କରନ୍ତି। ପୋଲି ସେମାନଙ୍କ ଠାରୁ ୫୦ ଲକ୍ଷ ସହ ସୁନା ଗହଣା ଓ ମୂର୍ତ୍ତି ପୋଲିସ ଜବତ କରିଛି।  

Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ