Advertisment

ନାବାଳିକାଙ୍କ ଦେହରେ କିଏ ଲଗାଇଲା ନିଆଁ ? କିଏ ସେହି ୩ରୁ ୪ ଜଣ ଦୁର୍ବୃତ୍ତ ?

ନିର୍ମମ କାଣ୍ଡ ପଛର କାରଣ ଏଯାଏଁ ଜଣାପଡ଼ିନଥିବାବେଳେ ପୁରୀ ବଳଙ୍ଗା ଗାଁରେ ଛାନଭିନ ଚଲାଇଛି ପୋଲିସ୍ ।

ଅଦ୍ୟତନ ହୋଇଛି
Who Set the Minor Girl on Fire Police

Who Set the Minor Girl on Fire Police

Advertisment

ନାବାଳିକାଙ୍କ ଦେହରେ କିଏ ଲଗାଇଲା ନିଆଁ ? କିଏ ସେହି ୩ରୁ ୪ ଜଣ ଦୁର୍ବୃତ୍ତ ଏବଂ କାହିଁକି ସଂପୃକ୍ତ ୧୫ ବର୍ଷିୟା ନାବାଳିକା ଦେହରେ ଲଗାଇଲେ ନିଆଁ ? ନିର୍ମମ କାଣ୍ଡ ପଛର କାରଣ ଏଯାଏଁ ଜଣାପଡ଼ିନଥିବାବେଳେ ପୁରୀ ବଳଙ୍ଗା ଗାଁରେ ଛାନଭିନ ଚଲାଇଛି ପୋଲିସ୍ । ସାଇଣ୍ଟିଫିକ୍ ଟିମ୍ ଏବଂ ୨ଟି ସ୍ପେଶାଲ ସ୍କ୍ବାଡ୍ ତଦନ୍ତ କରୁଛନ୍ତି। ସିସିଟିଭି ଫୁଟେଜକୁ ନେଇ ବି ତଦନ୍ତ କରାଯାଉଥିବା କହିଛି ପୋଲିସ।

Advertisment

ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ପୁରୀ ଏସପି ପିନାକ ମିଶ୍ର ପ୍ରମୁଖ ଗାଁର ପ୍ରତ୍ୟକ୍ଷଦର୍ଶୀ ଏବଂ ଗ୍ରାମବାସୀଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ। ତଦନ୍ତ ଭିତରେ ଜଣେ ଯୁବକଙ୍କୁ ନେଇ ବଢ଼ିଥିଲା ସନ୍ଦେହ। ଯାହାଙ୍କ ପାଖକୁ ଯାଇ ପଚରାଉଚରା କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି। କାରଣ ସଂପୃକ୍ତ ଯୁବକଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ତେଣୁ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କ ଗୋଡ଼ରେ ଇଞ୍ଜୁରୀ ହୋଇଛି, ସେନେଇ କେନ୍ଦ୍ରାଞ୍ଚଳ ଆଇଜି ପଚାରିଛନ୍ତି। ସଂପୃକ୍ତ ଯୁବକ ଜଣକ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିବାବେଳେ ମାସେ ତଳେ ଗୋଡ଼ରେ ଆଘାତ ଲାଗିଥିବା କହିଛନ୍ତି।

ଏପଟେ ଏମ୍ସରେ ଗୁରୁତର ଅବସ୍ଥାରେ ଚାଲିଛି ନାବାଳିକାଙ୍କର ଚିକିତ୍ସା । ତାଙ୍କ ଶରୀରର ପ୍ରାୟ ୭୫ ଭାଗ ପୋଡ଼ିଯାଇଛି। ତାକୁ ଭୁବନେଶ୍ବର ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ତାଙ୍କୁ ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି।୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

Advertisment

ଏମ୍ସ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ନାବାଳିକା ଅବଜରଭେସନରେ ରହିବେ। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। AIIMSକୁ ଯାଇ ଗୁରୁତର ଥିବା ଝିଅକୁ ଭେଟିଛନ୍ତି ପରିବାର ଲୋକେ।

Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ