Advertisment

ମନୀଷ ଅନୁରାଗଙ୍କ ମୃତ୍ୟୁକୁ କଣ କହିଲେ ପ୍ରତ୍ୟକ୍ଷଦର୍ଶୀ?

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
who killed Manish Anurag

who killed Manish Anurag

Advertisment

ଭୁବନେଶ୍ୱର: କେମିତି ହେଲା ମନୀଷ ଦାସଙ୍କ ମୃତ୍ୟୁ? ଗତକାଲି ଅପହରଣ ହୋଇଥିବା ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ମିଳିବା ପରେ ଏବେ ଖୋଳତାଡ଼ କରୁଛି ପୋଲିସ୍। ମନୀଷ ପାତ୍ରପଡ଼ାକୁ କିପରି ଆସିଲେ ? ତାଙ୍କୁ ଅପହରଣ କରିବା ପଛରେ କିଏ କିଏ ସଂପୃକ୍ତ ସେ ସବୁକୁ ଛାନଭିନ୍ କରାଯାଉଛି।ସେପଟେ ମନୀଷଙ୍କ କାର୍ ଇନଫୋସିଟି ଅଞ୍ଚଳରୁ ମିଳିଛି। ଗତକାଲି ସେ ଏଠୁ କେଉଁ ଆଡ଼େ ଯାଇଥିବା ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ସେ ଦିଗକୁ ବି ଏବେ ତଦନ୍ତ କରାଯାଉଛି। ଆଜି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ମିଳିଛି।

Advertisment

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ପ୍ରାୟ ଦିନ ଗୋଟାଏ ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ତାଙ୍କ ନାକ ଓ କାନରୁ ରକ୍ତ ବାହାରୁଥିଲା। ପୋଖରୀରୁ ମନୀଷଙ୍କ ମନିପର୍ସ, ଟଙ୍କା, ଚିଠି ଓ ଚପଲ ଜବତ ହୋଇଛି। ୨ ଜଣ ଯୁବକ ମନୀଷଙ୍କୁ କାରରେ ଉଠାଇ ନେଇଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତିରେ ସେହି ଦୁଇ ଯୁବକ ମନୀଷଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ। ତେବେ ସେହି ଦୁଇ ଯୁବକ କିଏ? ମନୀଷଙ୍କ ସହ ସେମାନଙ୍କର କଣ ସମ୍ପର୍କ? ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇନାହାନ୍ତି ତ ଦୁର୍ବୃତ୍ତ?

ଏସବୁ ଦିଗକୁ ନେଇ ଡିସିପିଙ୍କ ନେତୃତ୍ୱରେ ତମାଣ୍ଡୋ ଓ ଇନଫୋସିଟି ଥାନା ପୋଲିସ ଛାନଭିନ୍ କରୁଛି। ପୋଖରୀ ନିକଟରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି ପୋଲିସ। ଅନ୍ୟପଟେ ମନୀଷଙ୍କ କାର ଇନଫୋସିଟି ଅଞ୍ଚଳରୁ ମିଳିଛି। ପୋଲିସ ସମସ୍ତ ତଥ୍ୟ ପ୍ରମାଣକୁ ଏକାଠି କରି ଯାଞ୍ଚ କରୁଛି। 

Advertisment
Police Manish Anurag Senior Journalist Navin Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ