Advertisment

Who Is The Real Husband Hansita: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...

undefined

High-Profile Lady Hansita

Advertisment

ପାୱାର୍ କରିଡରରେ କଂପନ ସୃଷ୍ଟି କରିଥିବା ହାଇପ୍ରୋଫାଇଲ୍ ‘ଚାର୍ ସୌ ବିଶ୍’ ଲେଡି ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ବ୍ୟବସାୟୀ ସରୋଜ ସାହୁ ? ପୋଲିସଠୁ ନ୍ୟାୟାଳୟ ଯାଏଁ ମୁଣ୍ଡ ଗୋଲ୍। କାରଣ ସରୋଜ ହିଁ ତାଙ୍କ ସ୍ବାମୀ ଏବଂ ସେ ଅସୁସ୍ଥ ଥିବା ଦର୍ଶାଇ ଆଜି ଜାମିନ୍ ଲୋଡ଼ିଥିଲେ ହଂସିତା। କିନ୍ତୁ କୋର୍ଟରେ ହଂସିତାଙ୍କ ଓକିଲ ଏବଂ ପ୍ରତିପକ୍ଷ ଓକିଲଙ୍କ ଜବାବ ସୁଆଲ୍ ରୋଚକ ମୋଡ଼ରେ ପହଞ୍ଚିବା ପରେ ଆସନ୍ତା ୧୮ରେ ଜାମିନ ବିଚାର ହେବ ବୋଲି କୋର୍ଟ କହିଛନ୍ତି।

Advertisment

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି, ଯେଉଁସବୁ ତଥ୍ୟ ସାମ୍ନାକୁ ଆସୁଛି ଅଡୁଆ ଲାଗୁଛି। ହେଲେ ଆଜି ହଂସିତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ, ହଂସିତାଙ୍କ ସ୍ବାମୀ ଅସୁସ୍ଥ ଅଛନ୍ତି। ତାଙ୍କ ଦେଖାଶୁଣା ପାଇଁ ହଂସିତାଙ୍କୁ ଜାମିନ ମିଳୁ। ଏକଥା ଶୁଣି କୋର୍ଟରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ତାହାରି ଭିତରେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ, ହଂସିତାଙ୍କ ସ୍ବାମୀ ସୁସ୍ଥ ଅଛନ୍ତି ଏବଂ ଜେଲରେ ଅଛନ୍ତି। ଯାହାଙ୍କ ନାଁ ଅନୀଲ୍ ମହାନ୍ତି। ଏହା କହିବା ପରେ ହଂସିତାଙ୍କ ଓକିଲ ତଥ୍ୟ ପ୍ରମାଣ ଦାଖଲ କରି କୋର୍ଟଙ୍କୁ ଜଣାଇଥିଲେ, ଅନୀଲ୍ ନୁହଁନ୍ତି, ବରଂ ସରୋଜ ସାହୁ ହେଉଛନ୍ତି ହଂସିତାଙ୍କ ସ୍ବାମୀ। ଏଭଳି ଜବାବ ସୁଆଲ ଭିତରେ ବିଚାରପତି ହଂସିତାଙ୍କ ପ୍ରକୃତ ସ୍ବାମୀ କିଏ, ତାହାର ବିସ୍ତୁତ ତଥ୍ୟ ଦାଖଲ କରିବାକୁ ପୋଲିସକୁ କହିଥିଲେ। ଏହାପରେ ଆସନ୍ତା ୧୮ରେ ଜାମିନ ଆବେଦନର ବିଚାର ପାଇଁ ତାରିଖ ଧାର୍ଯ୍ୟ କଲେ। 

ଅଧିକ ପଢ଼ନ୍ତୁ: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

ବାସ୍ତବରେ ହଂସିତାଙ୍କ ଅସଲ ସ୍ବାମୀଙ୍କ ନାଁକୁ ନେଇ ଦ୍ବନ୍ଦ୍ବ ଛିଡ଼ା କରାଇଛି କିଏ ? କମିଶନରେଟ୍ ପୋଲିସ ନା ନିଜେ ହଂସିତା ? ପୋଲିସ ରେକର୍ଡ କରିଥିବା ସାକ୍ଷୀଙ୍କ ବୟାନ ସଂପର୍କିତ ଦସ୍ତାବିଜରେ ଅନୀଲଙ୍କ କମ୍ପାନୀର ଜଣେ ପୂର୍ବତନ କର୍ମଚାରୀଙ୍କ କହିବା କଥା, ୨ ବର୍ଷ ତଳେ କଟକରେ ଅନୀଲଙ୍କ ଅନ୍ୟ ଏକ ବାର୍ଥଡେ ପାର୍ଟିରେ ହଂସିତାଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ସେଇଠି ସଂପୃକ୍ତ କର୍ମଚାରୀ ଅନୀଲଙ୍କ କମ୍ପାନୀରେ ଚାକିରି କରିବାକୁ ହଂସିତାଙ୍କୁ ନିବେଦନ କରିଥିଲେ। ହଂସିତା ବି ହଁ ଭରି ୨୦୨୩ ଡିସେମ୍ୱରରେ ଯୋଗଦେଇଥିଲେ। ସେତେବେଳେ ହିଁ ଅନୀଲ-ହଂସିତା ଉଭୟେ ସାଙ୍ଗ ହୋଇ ଅଫିସ୍ ଆସୁଥିଲେ। ହଂସିତାଙ୍କୁ ନିଜର ବିଜନେସ୍ ପାର୍ଟନର ବୋଲି କହୁଥିଲେ ଅନୀଲ। ହେଲେ ଅନ୍ୟ ଜଣେ ସାକ୍ଷୀଙ୍କ ରେକର୍ଡ ହୋଇଥିବା ବୟାନରେ ଦର୍ଶାଯାଇଛି, ହଂସିତା-ଅନିଲ ନିଜକୁ ପିକେ ମିଶ୍ରଙ୍କ ଝିଅ ଜ୍ୱାଇଁ ପରିଚୟ ଦେଉଥିଲେ। ଏ ତ ଗଲା ଉଭୟ ସାକ୍ଷୀଙ୍କ ବୟାନର ତଥ୍ୟ। କିନ୍ତୁ ପୋଲିସ ବି ନିଜ ରେକର୍ଡରେ ଉଭୟ ହଂସିତା-ଅନୀଲଙ୍କୁ ସ୍ବାମୀ ସ୍ତ୍ରୀ ବୋଲି ଦର୍ଶାଇଥିବା ତଥ୍ୟ ଆମର ହସ୍ତଗତ ହୋଇଛି। 

Advertisment

ପ୍ରଶ୍ନ ଉଠୁଛି ହଂସିତାଙ୍କ ଠକେଇ ସିଣ୍ଡିକେଟର ଦସ୍ତଖତ ପାଲଟିଥିଲେ କି ସ୍ବାମୀ ସରୋଜ ସାହୁ ? କେବେ ଅନୀଲଙ୍କୁ ସ୍ବାମୀ ଦର୍ଶାଇବା, ଏବଂ କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ପ୍ରି ୱେଡିଂ ଚିତ୍ର ଏବଂ ତଥ୍ୟ ପଛର ରହସ୍ୟ କ’ଣ ? କିଏ ଖେଳୁଛି ମିଛି ମିଛିକା ‘ପତି-ପତ୍ନୀ ଓ ସେ’ର ଖେଳ ?

ଅଧିକ ପଢ଼ନ୍ତୁ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

Advertisment
Crime News Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ