Advertisment

କିଏ ଏହି ସୁଟର୍‌ କାଳୁ ? ଯିଏ ସଲମାନଙ୍କ ଘରକୁ ମାରିଥିଲା ଗୁଳି...

ବିଶାଲଙ୍କ ଅପରାଧିକ ଇତିହାସ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତାଙ୍କୁ ପ୍ରଥମ ଥର ମୋଟର ସାଇକେଲ ଚୋରି ମାମଲାରେ ଗିରଫ କରାଯାଇଥିଲା।

ଅଦ୍ୟତନ ହୋଇଛି
Salman Khan

Salman Khan

Advertisment

ରବିବାର ସୁପରଷ୍ଟାର ସଲମାନ ଖାନଙ୍କ ଘରକୁ ଗୁଳିମାଡ଼ କରିଥିଲେ ଦୁଇ ଦୁବୃର୍ତ୍ତ। ତେବେ ସୁପରଷ୍ଟାର ସଲମାନ ଖାନଙ୍କ ଘରକୁ ଗୁଳିମାଡ଼ ଘଟଣାରେ ପାଞ୍ଚଟି ରାଜ୍ୟ ପୋଲିସ ଉଭୟ ସୁଟରଙ୍କୁ ଖୋଜୁଛି। ଗୁଳି ମାରିଥିବା ସୁଟରମାନେ ବ୍ୟବହାର କରୁଥିବା ବାଇକକୁ ରାଇଗଡର ଏକ ଶୋ’ ରୁମରୁ କିଣାଯାଇଥିଲା। ଗୁଳି ମାରି ସୁଟରମାନେ ଯେଉଁ ରାସ୍ତାରେ ଯାଇଥିଲେ, ସେହି ରାସ୍ତାକୁ ମଧ୍ୟ ଚିହ୍ନଟ କରିଛି ପୋଲିସ୍‌ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଲମାନ ଖାନଙ୍କ ବାସଭବନ ନିକଟରେ ଗୁଳି ଚଳାଇଥିବା ଦୁଇଜଣ ବ୍ୟକ୍ତିଙ୍କ ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ହରିଆଣା ଗୁରୁଗାଓଁର ଏହି ସୁଟର ଜଣକ ହେଉଛନ୍ତି ବିଶାଲ ରାହୁଲ ଓରଫ କାଳୁ ।

Advertisment

ବିଶାଲଙ୍କ ଅପରାଧିକ ଇତିହାସ ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ତାଙ୍କୁ ପ୍ରଥମ ଥର ମୋଟର ସାଇକେଲ ଚୋରି ମାମଲାରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀର ତିହାର ଜେଲକୁ ପଠାଯାଇଥିଲା। ବିଶାଲ ଓରଫ କାଳୁର ଗୁରୁଗାଓଁ ଅଞ୍ଚଳର ଏବଂ ତା’ର ସମ୍ପର୍କ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ତଥା ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ସହଯୋଗୀ ବିଶାଲ ଗୁରୁଗାଓଁରେ ସ୍ଥିତ ବୁକି ସଚିନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମଧ୍ୟ ଜାଣିବାକୁ ମିଳିଛି। ମାର୍ଚ୍ଚ ୨ ରେ ଏହି ଘଟଣା ଘଟିଥିଲା ​​ଏବଂ ବିଶାଲ ଦୁଇ ସହଯୋଗୀଙ୍କ ସହ ଏହି ଅପରାଧ କରିଥିବା ସୂଚନା ମିଳିଛି।

ରୋହିତ ଗୋଦାରା ହେଉଛି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର । ସେ ବିଦେଶରେ ରହି ଅପରାଧିକ କାର୍ଯ୍ୟକଳାପ ଅପରେଟ୍‌ କରୁଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ତାଙ୍କ ଭାଇ ଅନମୋଲ ଏବଂ ଗୋଲ୍ଡି ବ୍ରା’ଙ୍କ ସହ ରୋହିତର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି ।

Advertisment

୨୦୨୩ ମସିହାରେ ବିଶାଲଙ୍କ ଅପରାଧିକ ରେକର୍ଡ ଆହୁରି ବଢ଼ିଥିଲା, ଯେତେବଳେ ବାୱାନା ପୋଲିସ ଷ୍ଟେସନ ତାଙ୍କ ବିରୋଧରେ ଡକାୟତି, ଛିନତାଇ ଏବଂ ଅସ୍ତ୍ରଶସ୍ତ୍ର ରଖିବା ଭଳି ତିନୋଟି ଅତିରିକ୍ତ ମାମଲା ଦାୟର କରିଥିଲା। ତେବେ ୨୦୨୦ ମସିହାରେ ଏକ ଚୋରୀ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ସମୟରେ ବିଶାଲ ଗୋଦାରା ଗ୍ୟାଙ୍ଗ ସହିତ ସଂପୃକ୍ତ ଅନେକ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲା । ଏହାପରେ ସେ ଏହି ଅପରାଧିକ ସଂଗଠନର ସଦସ୍ୟ ହେବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ଅନୁସାରେ ରବିବାର ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଘରେ ଗୁଳିମାଡ଼ ହେବ ପରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ଅନଲାଇନ୍‌ରେ ଏକ ପୋଷ୍ଟ କରି ଏହି ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା। ଏହି ଘଟଣାକୁ ଟ୍ରେଲର ବୋଲି ଦର୍ଶାଇ ଅନମୋଲ ବିଷ୍ଣୋଇ ବଲିଉଡ୍‌ ସୁପରଷ୍ଟାରଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଆଗରୁ ମଧ୍ୟ ଅନେକ ଥର ଲରେନ୍ସ ବିଷ୍ଣୋଇ ସଲମାନ ଖାନ୍‌ଙ୍କୁ ଅନେକ ଥର ଧମକ ଦେଇଛନ୍ତି।

Advertisment
Salman Khan Gangster Lawrence Bishnoi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ