• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୋଲିସ ଆଇନର ରକ୍ଷକ । ଅନ୍ୟାୟ, ଅନୀତି ଓ ଅପରାଧକୁ ଦମନ କରି ସମାଜରେ ଶାନ୍ତି, ଶୃଙ୍ଖଳା ଓ ନ୍ୟାୟ ପ୍ରତିଷ୍ଠା ପୋଲିସର ପ୍ରାଥମିକତା ହୋଇଥାଏ । ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥାର ବାସ୍ତବିକ କାର୍ଯ୍ୟକାରିତା ପୋଲିସ ଦ୍ୱାରା ହୋଇଥାଏ । କୌଣସି ପ୍ରକାର ଅପରାଧିକ ମାନସିକତା ଦ୍ୱାରା ପୀଡ଼ିତ ସାଧାରଣ ଲୋକଟିଏ ବିଶ୍ୱାସର ସହ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୁଏ । କୌଣସି ଜିନିଷ ଚୋରି ହେଲେ ମଧ୍ୟ ପ୍ରଥମେ ପୋଲିସ ଖୋଜାପଡ଼େ । ତେବେ ଯଦି ବାଡ଼ ନିଜେ ଫସଲ ଖାଏ ଓ ରକ୍ଷକ ନିଜେ ଭକ୍ଷକ ବନିଯାଏ ସେତେବେଳେ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୁଏ ।

ଏପରି ଏକ ଘଟଣା ଘଟିଛି କେରଳରେ । ଚୋରି ଅଭିଯୋଗରେ ଜଣେ ପୋଲିସ ଅଧିକାରୀଙ୍କ ଚାକିରି ଚାଲିଯାଇଛି । କେରଳର ୨୦୧୫ ବ୍ୟାଚର IPS ଅଫିସର ଏସ୍ ସୁଜିତ ଦାସ ଚାକିରିରୁ ନିଲମ୍ୱିତ ହୋଇଛନ୍ତି । ତାଙ୍କ ନାଁରେ ଏକାଧିକ ଗୁରୁତର ଅଭିଯୋଗ ପରେ ସେପ୍ଟେମ୍ବର ୫ ତାରିଖରେ ତାଙ୍କୁ ସେବାରୁ ନିବୃତ କରାଯାଇଛି ।  IPS ଅଫିସର ଏସ୍ ସୁଜିତ ଦାସଙ୍କ ବିରୋଧରେ କେରଳର ସିପିଆଇ(ଏମ୍) ସମର୍ଥିତ ସ୍ୱାଧୀନ ବିଧାୟକ ପିଭି ଅନବର ଏକାଧିକ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୁକ୍ତ ଆଇପିଏସ ଅଫିସର ଏସ୍ ସୁଜିତ ଦାସଙ୍କର ଘର କେରଳର ମୁଡୁକ୍କନିରେ । ୨୦୧୫ ବ୍ୟାଚର କେରଳ କ୍ୟାଡର ଆଇପିଏସ ଅଫିସର ।  ଗାଁରେ ଥିବା ଏକ ସରକାରୀ ସ୍କୁଲରେ ସେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଛନ୍ତି । ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ନିଜର ଘର ନଥିଲା । ଫଳରେ ଭଡ଼ାଘରେ ତାଙ୍କୁ ରହିବାକୁ ପଡ଼ିଥିଲା । ତାଙ୍କର ମାଆ ବି ଅମ୍ବୁଜାମ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ାଉଥିଲେ ଓ ଏହା ହିଁ ଥିଲା ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ । ତେବେ ସୁଜିତ ଭାରତୀୟ ପୋଲିସ ସେବାରେ ଚୟନ ହେବାପରେ ଅଙ୍ଗନବାଡ଼ିରୁ ଅବସର ନେଇଥିଲେ ମାଆ । ସେତେବେଳେ ତାଙ୍କର ମାଆ କହିଥିଲେ ସୁଜିତ ଭଲ ପାଠ ପଢ଼ୁଥିଲେ ଓ ଦିନେ ନା ଦିନେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ଦୃଢ ଆତ୍ମବିଶ୍ୱାସ ରହିଥିଲା । 

ସରକାରୀ ସ୍କୁଲରେ ପଢ଼ିବା ସମୟରେ ଜିଲ୍ଲାପାଳ ସବୁଦିନ କାର୍ ଚଳାଇ ସ୍କୁଲ ବାଟ ଦେଇ ମାଜିଷ୍ଟ୍ରେଟଙ୍କ ବଙ୍ଗଳାକୁ ଯାଉଥିଲେ । ଏହା ଦେଖି  ଶିକ୍ଷକ ସୁଜିତଙ୍କୁ କହିଥିଲେ ଯଦି ତୁମେ ବି ଭଲ ପାଠ ପଢ଼ିବ ତେବେ ଏହି ପଦ ତୁମକୁ ବି ମିଳିପାରିବ । ଏପରି କଥା ସୁଜିତଙ୍କୁ ଭଲ ପାଠ ପଢ଼ିବାକୁ ଓ ଆଇଏଏସ, ଆଇପିଏସ ଅଫିସର ବନିବାକୁ ପ୍ରେରଣା ଯୋଗାଇଥିଲା ।

ୟୁପିଏସି ପରୀକ୍ଷା ପାଇଁ କିପରି କରିଥିଲେ ପ୍ରସ୍ତୁତି ?
ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ ପଢ଼ିବା ସମୟରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସୁଜିତ୍ । ଜଣେ ବନ୍ଧୁ UPSCରେ ଉତ୍ତୀର୍ଣ୍ଣ ହେବାପରେ ସୁଜିତ ମଧ୍ୟ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ୨୦୧୨ରେ ପ୍ରଥମ ଥର ପରୀକ୍ଷା ଦେବାକୁ ପ୍ରୟାସ କରିଥିଲେ ମାତ୍ର ସଫଳ ହୋଇନଥିଲେ । ପରେ ୨୦୧୩ ଓ ୨୦୧୪ରେ ଦୁଇଥର ପରୀକ୍ଷା ଦେଇଛନ୍ତି । 

କଷ୍ଟମ୍ସ ବିଭାଗରେ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପାଇଁ ସେ ଚୟନ ହୋଇଥିଲେ । ପ୍ରଥମେ କଷ୍ଟମ୍ସ ଓ ପରେ ୨୦୧୫ରେ କେରଳ କ୍ୟାଡର ଆଇପିଏସ ଅଫିସର ଭାବେ ଚୟନ ହୋଇଥିଲେ । ୟୁପିଏସସି ପରୀକ୍ଷାରେ ସର୍ବ ଭାରତୀୟ ରାଙ୍କ୍ ୬୪୬ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ସୁଜିତ୍ । ଚେନ୍ନାଇରେ କିଛି ଦିନ ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ସୁଜିତ । ତେବେ ବର୍ତ୍ତମାନ ସୁନା ଚୋରାଚାଲାଣ ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି। 

OTV is now on Whatsapp

Join and get latest news update delivered to you via whatsapp

Join Now