Advertisment

କୁଆଡ଼ୁ ଆସୁଛି ଏତେ ଟଙ୍କା ? ୧୦୬ ଗଣାସରିଛି, ଆହୁରି ୭୦ ବସ୍ତା ବାକି ଅଛି !

ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

IT Raid

IT Raid

Advertisment

ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା। କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ। ତେବେ ଦାଦନଠୁ ଦାରିଦ୍ର୍ୟ ଯାଏଁ ଯେଉଁ ଅଞ୍ଚଳ ଆଜି ଜର୍ଜରିତ, ସେହି ଜିଲ୍ଲାରୁ ମିଳୁଥିବା ଏତେ ଟଙ୍କା ଓ ତା’ର ଉତ୍ସକୁ ନେଇ ଜାତୀୟ ମିଡ଼ିଆରେ ଓଡ଼ିଶା ଆଜି ନିନ୍ଦିତ।

Advertisment

ବଲାଙ୍ଗିରରେ ଏଯାଏଁ ମିଳିଲାଣି ପ୍ରାୟ ୧୪୦ କୋଟି ଟଙ୍କା। ୧୭୬ଟି ଟଙ୍କା ବ୍ୟାଗ୍ ରୁ ୧୦୬ଟିର ଗଣତି ଶେଷ ହୋଇଥିବାବେଳେ ଆହୁରି ୭୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍  ଗଣତି ପାଇଁ ବାକି ରହିଛି। ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ସେପଟେ ସମ୍ବଲପୁର ଧନୁପାଲିର ମଦ ବ୍ୟବସାୟୀଙ୍କ ପାଖରୁ ଜବତ ନୋଟର ସରିଲା ଗଣତି। ୩ ଦିନର ଗଣତିରେ ଜବତ ନୋଟର ପରିମାଣ ୩୭ କୋଟି ୫୦ ଲକ୍ଷରେ ପହଞ୍ଚିଛି। ଏସବୁ ହେଉଛି ବଳଦେବ ସାହୁ ଆଣ୍ଡ ସନ୍ସ ଠାରୁ ଜବତ ନୋଟ୍। ଦେଶୀ ଭାଟି ଓ ଅଫିସରୁ ଜବତ ଟଙ୍କାର ଗଣତି ଚାଲିଥିଲା SBIର ମୁଖ୍ୟ ଶାଖାରେ। ଗଣତି ପାଇଁ ଆଜି ମୋଟ୍ ୬ଟି ମେସିନ ବ୍ୟବହାର କରାଯାଇଥିଲା। ୧୦ ଜଣ ଟଙ୍କା ଗଣତିରେ ନିୟୋଜିତ ଥିଲେ। ଜବତ ଟଙ୍କା ମଧ୍ୟରେ ଥିଲା ୨୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ୍। SBIର ଚିଫ୍‌ ମ୍ୟାନେଜରଙ୍କ ସହ ଆୟକର ଅଧିକାରୀ, SBIର ଅଧିକାରୀ ଓ କର୍ମଚାରୀ ମିଶି ନୋଟ୍ ଗଣତି କରିଥିଲେ।

Advertisment

ଅନ୍ୟପଟେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଆୟକର ବିଭାଗର ମହା-ରେଡ୍ ଚାଲିଥିବା ବେଳେ, ସାମ୍ନାକୁ ଆସିଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। ନିସ୍ତାର ପାଇବେନି ଭ୍ରଷ୍ଟାଚାରୀ । କୌଣସି ଦଳର ସାଂସଦଙ୍କ ଘରୁ ଏତେ ଟଙ୍କା ବାହାରିବା ଦେଖି ମୁଁ ନିଜେ ଆଚମ୍ବିତ । ଏକାଥରେ ଏତେ ଟଙ୍କା କୌଣସି ଉଦ୍ୟୋଗପତି ବି ଦେଖିନଥିବେ ବୋଲି କହିଛନ୍ତି ଶାହ।

ଏଥିସହ ସେ ଲୋକଙ୍କୁ ଭରସା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ ଯେଉଁ କଠୋର ଅଭିଯାନ ଚଳାଇଛନ୍ତି, ସେଥିରେ କୌଣସି ଭ୍ରଷ୍ଟାଚାରୀ ରକ୍ଷା ପାଇବେ ନାହିଁ । ସେ ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି ତାଙ୍କୁ ଦଣ୍ଡ ନିଶ୍ଚୟ ମିଳିବ ବୋଲି କହିଛନ୍ତି ଶାହ ।

Advertisment

କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି, ରାଜ୍ୟର ମଦ ଭାଟିରେ ବର୍ଷ ବର୍ଷ ଧରି ଏତେ ପରିମାଣର କଳା କାରବାର ଚାଲିଥିଲା ରାଜ୍ୟ ପୋଲିସ୍, ଇଓଡବ୍ଲୁ, ଏକ୍ସାଇଜ୍, ଇଣ୍ଟେଲିଜେନ୍ସ, ବିଶେଷ କରି ହୋମ୍ ଡିପାର୍ଟମେଣ୍ଟ କରୁଥିଲା କ’ଣ ?

ଅନ୍ୟପଟେ ଏବେ କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର । ଏତେ କଳା ଟଙ୍କା ବାବଦରେ ରାଜ୍ୟ ସରକାରଙ୍କ ପାଖରେ କେମିତି ଖବର ନଥିଲା ? ନା ମିଳିମିଶି କାରବାର ଚାଲିଥିଲା ?

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ