Advertisment

ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି; କେବେ ଶାନ୍ତ ପଡ଼ିବ ପଦ୍ମକେଶରପୁର ଗାଁ ?

ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ।

ଅଦ୍ୟତନ ହୋଇଛି
undefined

Padmakesarpur Village Abandoned

Advertisment

ଆଜିକୁ ଦୀର୍ଘ ୫ ଦିନ ଧରି ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ଶନିବାର ରାତିର ଗଣ୍ଡଗୋଳ ପରେ ଗାଁର ଅନେକ ଲୋକଙ୍କ ଘରେ ଚୁଲି ଜଳିନି କି ଗିରଫ ଭୟରେ ଘରକୁ ଫେରୁ ନାହାନ୍ତି ପୁରୁଷ ଲୋକ। ଭୟ ଓ ଆତଙ୍କ ସାଙ୍ଗକୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ମହିଳା ଓ ପିଲାଛୁଆ। ପୋଲିସର ନିବେଦନ ସତ୍ତ୍ବେ ଗାଁରେ ସ୍ଥିତାବସ୍ଥା ଫେରିପାରୁନଥିବା ବେଳେ ଆଜି ବିଜେପିର ଏକ ଟିମ୍ ଯାଇ ଲୋକଙ୍କୁ ବୁଝାଶୁଝା କରିଛି। ସେପଟେ ସୁଧ କାରବାର ଓ ମହାଜନୀ ଜୁଲମରୁ ଗାଁ ବାରମ୍ବାର ଅଶାନ୍ତ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବି ମଧ୍ୟ ଉଠିଛି।

Advertisment

ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ରାଜଧାନୀ ଭୁବନେଶ୍ବରରର ପଟିଆ ପଦ୍ମକେଶରୀପୁରରେ ଆଜିକୁ ୫ ଦିନ ଧରି ଲାଗି ରହିଛି ଅଶାନ୍ତ ପରିବେଶ। ପଇଁତରା ମାରୁଛି ପୋଲିସ, ପୁରୁଷଶୂନ୍ୟ ସଂପୂର୍ଣ୍ଣ ଗାଁ। ଶନିବାର ରାତିରୁ ପୁରା ଗାଁରେ ଲାଗିରହିଛି ଅଚଳବସ୍ଥା। କାହା ଘରେ ଚୁଲି ଜଳିନି, ତ ଆଉ କାହା ଘରେ ଖାଇବାକୁ ଖୁଦ ବକଟେ ବି ନାହିଁ। ଭୟ, ଆତଙ୍କ ଓ ଭୋକ ଉପାସରେ କଟୁଛି ଗାଁ ଲୋକଙ୍କ ଜୀବନ। ଏଠି ପ୍ରଶ୍ନ କଣ ଏହି ଗଣ୍ଡଗୋଳ ପଛର କାରଣ ? କାହିଁକି ବାରମ୍ବାର ଅଶାନ୍ତ ହେଉଛି ପଦ୍ମକେଶରୀପୁର ? କୁହାଯାଉଛି, ସେହି ପୁରୁଣା ସୁଧ କାରବାରକୁ ନେଇ ପୁଣି ଅଶାନ୍ତ ହୋଇଛି ପଦ୍ମକେଶରୀପୁର।

ପଦ୍ମକେଶରୀପୁରର ସୁବ୍ରତ ଦାସ, ବୟସ ପ୍ରାୟ ୨୫। ଶାରୀରିକ ଭାବେ ଅକ୍ଷମ । ତାଙ୍କ ଜେଜେବାପା କରିଥିବା ୧୦ ହଜାର ଟଙ୍କାର ଋଣ ଏଯାଏଁ ଶୁଝୁଛନ୍ତି ସୁବ୍ରତ। ଆଶ୍ଚର୍ଯ୍ୟର କଥା, ସୁବ୍ରତ ତାଙ୍କ ହଜାରେ ଟଙ୍କାର ଅକ୍ଷମ ଭତ୍ତା ଆଜି ଯାଏଁ କେବେ ନିଜ ପକେଟକୁ ନେଇନହାନ୍ତି। ଯାହା ଆସେ କେବଳ, ସୁଧ ବାବଦରେ ହିଁ ସୁଝି ଦିଅନ୍ତି। ଆଉ ଜଣେ ସେମିତି ମୀନୁ ଦାସ । ଶାଶୁଙ୍କ ଦେହ ଖରପ ପାଇଁ ପ୍ରାୟ ୧୦ ବର୍ଷ ତଳେ ଆଣିଥିଲେ ୧୦ ହଜାର ଟଙ୍କାର ଋଣ। ଏବେ ସୁଦ୍ଧା ପ୍ରାୟ ୨ ଲକ୍ଷ ଟଙ୍କା ଶୁଝି ସାରିଥିଲେ ବି, ତାଙ୍କ ଉପରେ ମୂଳ ସହ ଆହୁରି ଆହୁରି ଲକ୍ଷାଧିକ ଟଙ୍କା ଋଣଭାର। ଆଉ ମାସିକ ସୁଧ ଟଙ୍କା ଦେବାରେ ଖିଲାପ ହେଲେ, ଏମିତି ସଜ୍ଜା ମିଳେ ବୋଲି ଅଭିଯୋଗ କରନ୍ତି ସୁବ୍ର, ମିନୁଙ୍କୁ ଭଳି ଅନେକ।

Advertisment

ସୁଧ କାରବାରକୁ ନେଇ ପଦ୍ମକେଶରୀପୁରରେ ପୁଣି ଅରାଜକତା ଓ ଭୟର ବାତାବରଣ ପରେ ଆଜି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ବରେ ବିଜେପିର ଏକ ଟିମ୍ ଗାଁକୁ ଯାଇ ଲୋକଙ୍କୁ ବୁଝାଶୁଝା କରିଛି। ଏବେ ରାଜ୍ୟରେ ନୂଆ ସରକାର ଆସିଥିବାରୁ ଏ ସମସ୍ୟାକୁ ଗମ୍ଭୀରତା ସହ ସମାଧାନ ପାଇଁ ଉଦ୍ୟମର ପ୍ରତିଶ୍ରୁତି ବି ଦେଇଛନ୍ତି। ଅନ୍ୟପଟେ ପୋଲିସ ଗାଁରେ ଫ୍ଲାଗ୍ ମାର୍ଚ୍ଚ କରିବା ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ନିଜେ ଗାଁକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଗାଁରେ ଏବେ ସୁଦ୍ଧା ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁମାନେ ଗିରଫ ଭୟରେ ଗାଁ ଛାଡ଼ିଛନ୍ତି, ସେମାନଙ୍କୁ ଫେରି ଆସିବାକୁ ନିବେଦନ କରିଛି।

ସେପଟେ ରାଜଧାନୀର ଏବେ ପ୍ରମୁଖ ଅଞ୍ଚଳ ପାଲଟିଥିବା ପଟିଆ ନିକଟରେ ଏଭଳି ସୁଧ କାରବାରକୁ ନେଇ ମଧ୍ୟଯୁଗୀୟ ଜୁଲମ ଚାଲିବା, ଲୋକଙ୍କୁ ମାରପିଟ୍, ହାଣକାଟ ଭଳି ସଜ୍ଜା ଦେବା ଏବଂ ଗାଁ ବାରମ୍ବାର ଅଶାନ୍ତ ହେବା ଘଟଣାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବୀ। ଏବେ ଅପେକ୍ଷା ପଦ୍ମକେଶରୀପୁରକୁ କେବେ ଶାନ୍ତି ଫେରୁଛି ଏବଂ ଗାଁ ପରିବେଶ କେବେ ସ୍ବାଭାବିକ ହେଉଛି।

Advertisment

Group Clash Group Clash Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ