Advertisment

ରୁମ୍‌ ନମ୍ବର ୨୦ ଖୋଲିବ ମମିତା ହତ୍ୟା ପଛର ଗୁମର !

ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍‌ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ।

Lady Teacher Murder Mystery

Lady Teacher Murder Mystery

Advertisment

ବଲାଙ୍ଗିର: ମହାଲିଙ୍ଗ କଲେଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଥମୁନି ଚର୍ଚ୍ଚା। ମମିତା ହତ୍ୟା ପଛରେ ଏହି ରୁମ୍‌ରେ ଅନେକ ଗୁମର ଥିବା କୁହାଯାଉଛି।  ପୋଲିସ ଏହି ରୁମ୍‌ର ଅନ୍ତେବାସୀଙ୍କୁ ଡାକି ପଚରାଉଚୁରା କରୁଥିବା କୁହାଯାଉଛି। ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍‌ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ।

Advertisment

ଏତିକି ବେଳେ ହଷ୍ଟେଲର ରୁମ୍ ନମ୍ବର ୨୦ରେ ଭିନ୍ନ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ସମସ୍ତ ରୁମରେ ଗୋଟିଏ ପ୍ରକାର ତାଲା ପଡ଼ିଥିବାବେଳେ ୨୦ ନମ୍ବର ରୁମ୍‌ରେ ଅଲଗା ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ହଷ୍ଟେଲର ଅନ୍ୟ ସମସ୍ତ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବା ବେଳେ, ୨୦ ନମ୍ବର ରୁମ୍‌ରେ ଅଲଗା ତାଲା ପଡ଼ିଛି।

ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦ ଗତ ୮ ରୁ ୧୩ ତାରିଖ ଭିତରେ ଏକାଧିକ ଥର ଏହି ରୁମକୁ ଆସିଥିଲା। ତେଣୁ ରୁମ୍ ନମ୍ବର ୨୦ରେ ନିଜ କେଳେଙ୍କାରୀର ପ୍ରମାଣ ନଷ୍ଟ କରିବାକୁ ଗୋବିନ୍ଦ ପୁରୁଣା ତାଲା ଭାଙ୍ଗି ପଶିଥାଇପାରେ ଏବଂ ନୂଆ ତାଲା ପକାଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ସେପଟେ ୫ ଦିନିଆ ରିମାଣ୍ଡ ପରେ ଜେଲ୍ ଗଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଥିଲା ପୋଲିସ। ଆଉ କୋର୍ଟ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଫଳରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଜେଲକୁ ନିଆଯାଇଥିଲା। ପୂର୍ବରୁ ଜେଲରେ ଗୋବିନ୍ଦର ସହଯୋଗୀ ରାଧେକୁ ରଖାଯାଇଛି। 

Mahalinga College Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ