• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଙ୍ଗାଲୁରୁର ଏକ ଏଆଇ କମ୍ପାନୀର ସିଇଓ ସୁଚନା ସେଠ୍‌ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ବ୍ୟାଗ୍‌ରେ ଧରି ବୁଲିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ସେହି ମହିଳାଙ୍କୁ ପୋଲିସ ଗିରଫ ମଧ୍ୟ କରି ସାରିଛି । ମଙ୍ଗଳବାର ଦିନ ତମାମ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବଡ଼ ସ୍ଥାନ ନେଇଥିଲା । କିନ୍ତୁ ଏବେ ଏହି ଘଟଣାରେ ଏକ ବଡ଼ ଖୁଲାସା କରାଯାଇଛି । ପୋଲିସ ଏହି ହତ୍ୟାକାଣ୍ଡର କାରଣ ଖୋଜି ପାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ମହିଳା ଜଣକ ନିଜ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ । ଏମିତିକି ଉଭୟଙ୍କ ଛାଡ଼ପତ୍ର ମାମଲା ଶେଷ ପର୍ଯ୍ୟାୟରେ ରହିଥିଲା । କୋର୍ଟରେ ମାମଲା ବିଚାରଧୀନ ରହିଥିବା ବେଳେ ବାପାଙ୍କୁ ଛୁଆ ସହ ଭେଟ ପାଇଁ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ ମାଆ ତାହା ଚାହୁଁନଥିଲେ । ନିଜ ସ୍ୱାମୀକୁ ମହିଳା ଜଣକ ପସନ୍ଦ କରୁନଥିବାରୁ ସେ ଚାହୁଁଥିଲେ ତାଙ୍କ ଛୁଆ ନିଜ ବାପା ସହ ଭେଟ ନହେଉ ।

ଏମିତିକି କୋର୍ଟରେ ମଧ୍ୟ ଏନେଇ ମହିଳା ଜଣକ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ବିରୋଧ କରିଥିଲେ । ହେଲେ କୋର୍ଟ ଶେଷରେ ମହିଳାଙ୍କୁ ଭର୍ତ୍ସନା କରିଥିଲେ । ଆଉ ବାପାଙ୍କୁ ନିଜ ଛୁଆ ସହ ଭେଟ ହେବାକୁ ଅନୁମତି ଦେଇଥିଲେ ।

ତେଣୁ ମହିଳା ଜଣକ ନିଜର ଜିଦ୍‌ ରଖିବାକୁ ଯାଇ ଛୁଆକୁ ହତ୍ୟା କରିବାର ପ୍ଲାନ୍‌ କରିଥିଲେ । ସେ ପ୍ରଥମେ ଗୋଆ ଯାଇଥିଲେ । ଆଉ ସେଠାରେ ଏକ ହୋଟେଲ୍‌ ରୁମ୍ ନେଇ ରହିଥିଲେ । ସାଙ୍ଗରେ ଛୁଆକୁ ବି ନେଇଥିଲେ । ହେଲେ ହୋଟେଲ ଛାଡ଼ିବାର ଦିନକ ପୂର୍ବରୁ ସେ ଛୁଆକୁ ହତ୍ୟା କରିଥିଲେ ।ତାପରେ ଏକ ଟ୍ରଲି ବ୍ୟାଗ୍‌ରେ ପୁରାଇ ଛୁଆକୁ ରେଖିଥିଲେ । ପରଦିନ ଚେକ୍‌ଆଉଟ୍‌ କରିଥିଲେ । ଟାକ୍ସି ଭଡ଼ାରେ ହୋଟେଲରୁ ବାହାରି ଯାଇଥିଲେ । ସେ ଏମିତି ପ୍ଲାନ୍‌ କରିଥିଲେ ଯେମିତି କେହି ଟେର୍‌ ବି ପାଇବେନି । କିନ୍ତୁ ପୁରା ଘଟଣା ଓଲଟପାଲଟ ହୋଇଗଲା । ହୋଟେଲ ଷ୍ଟାଫ୍‌ ସବୁ ଖେଳ ବିଗାଡ଼ି ଦେଇଥିଲେ । ମହିଳାଙ୍କ ହତ୍ୟାକାଣ୍ଡ ଖୁବ୍‌ଶୀଘ୍ର ଧରାପଡ଼ିଗଲା । ପୋଲିସ ତାଙ୍କୁ ଗିରଫ କଲା ।

କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ପିଲାଟିକୁ ହତ୍ୟା କରିବା ପରେ ଏକ ଛୋଟ ଡ୍ରାମା ରଚିଥିଲା ମା’ । ପିଲାଟିକୁ ଘରେ ନପାଇବାର ଅଭିନୟ କରିବା ସହ ନିକଟସ୍ଥ ଲୋକଙ୍କୁ ଜଣାଇଥିଲା । ପରେ କିଛି ହୋଟେଲର କର୍ମଚାରୀ ଘର ଭିତରେ ଖୋଜାଖୋଜି କରିଥିଲେ । ସେହି ସମୟରେ କିଛି ରକ୍ତର ଦାଗ ଦେଖିବାକୁ ପାଇଥିଲେ । ରକ୍ତର ଦାଗ ଦେଖି ପୋଲିସକୁ ଖବର ଦେଇଥିଲେ । ହେଲେ ପୁଅକୁ ନପାଇବା ବାହାନା କରି ସେଠାରୁ ସୂଚନା ଏକ ଟାକ୍ସି ଯୋଗେ ଏକ ବ୍ୟାଗରେ ପୁଅର ମୃତଦେହ ଧରି ଚାଲିଯାଇଥିଲେ । ପରେ ପୋଲିସ ସୂଚନାଙ୍କୁ ଫୋନ କରିବା ପରେ ପିଲାଟି ତାଙ୍କର ଏକ ବନ୍ଧୁ ଘରକୁ ଚାଲିଯାଇଥିବା କହିଥିଲେ । ହେଲେ ରକ୍ତର ଦାଗ ଦେଖି ପୋଲିସ ତଦନ୍ତ କରିଥିଲା ।

ଅଭିଯୁକ୍ତ ସୂଚନା ଯେଉଁ ଟାକ୍ସିରେ ଯାଇଥିଲେ ସେହି ଟାକ୍ସିର ଡ୍ରାଇଭରକୁ ଡାକି ପଚରାଉଚରା କରିଥିଲା ପୋଲିସ ଏବଂ ତଦନ୍ତ ଆଗକୁ ବଢ଼ାଇଥିଲା । ଅଧିକ ସନ୍ଦେହ ହେବାରୁ ଅଭିଯୁକ୍ତ ମହିଳା ସିଇଓ ସୂଚନାଙ୍କ ନିକଟରେ ପହଞ୍ଚିବା ସହ ମୃତ ପୁଅର ଶବ ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।