Advertisment

ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ?

ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ସଂପୃକ୍ତ ଡିଏଫ୍ଓଙ୍କୁ ପାଇଁ ବଢ଼ାଇ ଦିଆଯାଇଥିଲା ଅସମ୍ଭବ ସୁରକ୍ଷା। ତେବେ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ କାହିଁକି ଏତେ ସୁରକ୍ଷା, କିଛି ବୁଝିହେଉନଥିଲା।

ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ?

Gurandi Police OIC

Advertisment

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ମୃତ୍ୟୁ ପଛରେ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଭୂମିକା କଣ? ସୌମ୍ୟ-ବିଦ୍ୟା-ସଂଗ୍ରାମଙ୍କ ମଧ୍ୟରେ ଥିଲା କି ତ୍ରିକୋଣୀୟ ସଂପର୍କ? ଚାକିରୀ କ୍ଷେତ୍ରରେ ଚାପ ପକାଉଥିଲେ କି ଡିଏଫ୍ଓ ? ସୌମ୍ୟଙ୍କ ମୃତ୍ୟୁ ପଛରେ କଣ ହୋଇଥାଇପାରେ କାରଣ? ସାଢ଼େ ୩ ଘଣ୍ଟାର ଜେରା, ୮ ପୃଷ୍ଠାର ୫୦ରୁ ଅଧିକ ପ୍ରଶ୍ନ ପଚାରି ସତ ଉଗାରିବାକୁ ଆଜି ଚେଷ୍ଟା କରିଛି ପାରଳାଖେମୁଣ୍ଡି ପୋଲିସ। ସମୟ ସକାଳ ୧୧ଟା ୧୦ ମିନିଟ୍। ଗଜପତି ଏସଡିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ କ୍ରାଇମବ୍ରାଞ୍ଚ ଟିମ୍ ସାଢ଼େ ୩ ଘଣ୍ଟା ଧରି ଡିଏଫ୍ଓଙ୍କ ଚାମ୍ବରରେ ଜେରା ଆରମ୍ଭ କରିଥିଲେ।

Advertisment

 ଆଉ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ସଂପୃକ୍ତ ଡିଏଫ୍ଓଙ୍କୁ ପାଇଁ ବଢ଼ାଇ ଦିଆଯାଇଥିଲା ଅସମ୍ଭବ ସୁରକ୍ଷା। ତେବେ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ କାହିଁକି ଏତେ ସୁରକ୍ଷା, କିଛି ବୁଝିହେଉନଥିଲା। ତାହାରି ଭିତରେ ଡିଏଫ୍ଓ କୌଣସି ପ୍ରତିକ୍ରିୟା ରଖିନଥିଲେ ବି ପୋଲିସ କିନ୍ତୁ କହିଥିଲା ସୌମ୍ୟଙ୍କ ସହ ଡିଏଫ୍ଓଙ୍କ କେବଳ ବୃତ୍ତିଗତ ସଂପର୍କ ଥିଲା। ବିଦ୍ୟାଭାରତୀଙ୍କ ସହ ବି କୌଣସି ଘରୋଇ ସମ୍ପର୍କ ନଥିଲା। ପ୍ରଥମ ଥର ପାଇଁ ସେଦିନ ହିଁ ବିଦ୍ୟାଙ୍କୁ ମେଡ଼ିକାଲ୍‌ରେ ଡିଏଫ୍ଓ ଦେଖିଥିଲେ ଏସ୍‌ଡିପିଓ କହିଛନ୍ତି। ଜେରାବେଳେ କିିଛି ଡାଟା ମିଳିଛି କିନ୍ତୁ କହି ହେବନି। 

ତେବେ ସୌମ୍ୟଙ୍କ ମୃତ୍ୟୁର ସତ୍ୟତା ଭିତରେ ଷଡ଼ଯନ୍ତ୍ରର ସତ କଣ ? ରହସ୍ୟଜନକ ମୃତ୍ୟୁ ପାଇଁ ଦାୟୀ କିଏ? ପତ୍ନୀ ବିଦ୍ୟାଭାରତୀ ନା ଆଉ କିଏ ? 
ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ସାହେବ-ବିବି ଓ ସାଜିସ୍ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରା ଉଚରା କରିଛି। କାରଣ ତାଙ୍କ ବିରୋଧରେ ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ପୋଲିସର ତଦନ୍ତ ସମୟରେ ସବୁବେଳେ ସନ୍ଦେହଜନକ ଭାବେ ଉପସ୍ଥିତ ରହୁଥିବା ଅଭିଯୋଗ ଉଠିଥିଲା। ସେହିପରି ବିବାହ ପରେ ଫିଷ୍ଟ ଦେବାକୁ ଯେଉଁ କାର ଡ୍ରାଇଭରଙ୍କୁ ଧରି ବିଦ୍ୟାଭାରତୀ ବଲାଙ୍ଗିର ଯାଇଥିଲେ, ତାଙ୍କୁ ମଧ୍ୟ ପୋଲିସ ଜେରା କରିଛି। ଏହାପୂର୍ବରୁ ଗତକାଲି ଆମ୍ବୁଲାନ୍ସ ଡ୍ରାଇଭରକୁ ପୋଲିସ ଜେରା କରିସାରିଛି।

Advertisment

ସୌମ୍ୟଙ୍କ ମୃତ୍ୟୁର ୧୧ ଦିନ ହେଲାଣି। ଏକାଦଶାହ କର୍ମ ସରିଲା। ତଥାପି ମୃତ୍ୟୁ ପଛର ସତ ସାମ୍ନାକୁ ଆସିପାରିନଥିବାବେଳେ ଗୋଟିଏ ପରେ ଗୋଟିଏ ରହସ୍ୟଜନକ ହାତଲେଖାକୁ ନେଇ ଲାଗିରହିଛି ସସପେନ୍ସ। କୁହାଯାଉଛି- ଗତ ଫେବୃୟାରୀ ୨୨ରେ ଏହି ଚିଠିଟି ନିଜେ ସୌମ୍ୟ ଲେଖିଛନ୍ତି। ଯେଉଁଥିରେ ସ୍ପଷ୍ଟ ବାରି ହେଉଛି, ପତ୍ନୀଙ୍କ ସହ ଅସୁଖୀ ଥିଲେ ସୌମ୍ୟ। ଆବଶ୍ୟକ ସ୍ଥଳେ ଚାକିରି ଛାଡ଼ିବି ବୋଲି ଲେଖାଯିବା ସହ ଚାକର ହୋଇ ରହିବି ବୋଲି ବି ଲେଖାଯାଇଛି। ମୁଁ ତମ ପାଦ ତଳେ ଏକ ଛୋଟ ଜାଗା ଚାହୁଁଛି। ମୁଁ କେବଳ ଚାହେଁ ତୁମେ ମୋର ସ୍ତ୍ରୀ ଓ ଭଲ ସାଙ୍ଗ ହୋଇ ରୁହ। ତେବେ କାହିଁକି ଏଭଳି ଲେଖିଥିଲେ ସୌମ୍ୟ ? କାହିଁକି ପାରିବାରିକ ହିଂସା ଭୟ କଥା ରହିଛି ଚିଠିରେ? ଏମିତି ଅନେକ ପ୍ରଶ୍ନ ଭିତରେ ସଠିକ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର।

ରିପୋର୍ଟ: ନିରଂଜନ ବେହେରା, ଆଦର୍ଶ ଦାସ ଏବଂ ଅଶୋକ ବ୍ରହ୍ମା

Crime Branch Odisha News Odisha Police Paralakhemundi Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ