• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିଶୁ ବିକ୍ରି ଘଟଣା, ଆମ ଦେଶରେ କୌଣସି ନୂଆ କଥା ନୁହେଁ । ନିୟମିତ ବ୍ୟବଧାନରେ ଶିଶୁ ବିକ୍ରି ଅଭିଯୋଗ ସମ୍ପର୍କିତ ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ଛୁଆକୁ ଜନ୍ମ ଦେବା ପରେ ମାଆ ସେହି ଛୁଅ ସାମାନ୍ୟ କେଇଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦିଏ । ଏଭଳି ଖବର ଆପଣ ଅନେକ ଶୁଣିଥିବେ ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖବର କହିବୁ ଯାହା ଜାଣିଲେ ଆପଣ ଟିକେ ଅଟକି ଯିବେ । ଆଉ ଚିନ୍ତାରେ ପଡ଼ିବେ । ଆଉ ଆପଣଙ୍କ ମନକୁ ପ୍ରଶ୍ନ ଆସିବ କ’ଣ ସତରେ ଏମିତି ବି ମାଆ ଥାନ୍ତି । ନିଜ ଛୁଆଠାରୁ ବଡ଼ କେବେ କୌଣସି ଜିନିଷ ହୋଇପାରିବ କି ?

ତେବେ ପୂରା କାହାଣୀଟି ହେଲା...

ଉତ୍ତର ପଶ୍ଚିମବଙ୍ଗରେ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ବିରୋଧରେ ଏଇୟା ଅଭିଯୋଗ ରହିଛି ଯେ, ସେମାନେ ନିଜର ୮ ମାସର କୁନି ଛୁଆକୁ ବିକ୍ରି କରିଦେଇଛନ୍ତି । ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳ ଦମ୍ପତ୍ତିଙ୍କ ପଡ଼ୋଶୀ ଦେଖିଲେ ଯେ, ମହିଳା ଜଣକ ଏକ ନୂଆ ଆଇଫୋନ୍‌ ବ୍ୟବହାର କରୁଛନ୍ତି । ତାପରେ ଏନେଇ ପଡ଼ୋଶୀ ପୋଲିସରେ ଖବର ଦେଇଥିଲେ ।

ସ୍ଥାନୀୟ ପାଖ ପଡ଼ୋଶୀଙ୍କ କହିବାନୁସାରେ ଏହି ଦମ୍ପତ୍ତିଙ୍କର ଆଉ ଏକ କୁନି ଝିଅ ରହିଛି । ସେମାନେ ତାକୁ ଧରି ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବାକୁ ଯାଆନ୍ତି । ଦିଘା ଓ ମନ୍ଦାରମଣି ବେଳାଭୂମି ମଧ୍ୟ ସେମାନେ ବୁଲିବାକୁ ଯାଇଥିଲେ ।

ତେବେ ଏହି ଶିଶୁ ବିକ୍ରି ଘଟଣା ଗତ ଜୁଲାଇ ୨୪ ତାରିଖ ଦିନ ସାମ୍ନାକୁ ଆସିଥିଲା । କିନ୍ତୁ ଦେଢ଼ ମାସ ପୂର୍ବରୁ ସେ ଛୁଆକୁ ବିକ୍ରି କରିଥିବା ଅଭିଯୋଗ ହେଉଛି । ଏହି ଦମ୍ପତ୍ତି ହେଲେ, ଜୟଦେବ ଘୋଷ ଏବଂ ସାଥି । ଉଭୟଙ୍କୁ ଏବେ ପୋଲିସ ଗିରଫ କରିଛି । ସେମାନେ ବିକ୍ରି କରିଥିବା ଛୁଆକୁ ମଧ୍ୟ ପୋଲିସ ଉଦ୍ଧାର କରିଛି ।

ମିଳିଥିବା ସୂଚନା ଅନୁସାରେ, ଜୟଦେବ ଘୋଷ ଏବଂ ସାଥି ନିଜ ଛୁଆକୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ତାପରେ ସେହି ଟଙ୍କା ନେଇ ହନିମୁନ୍‌ ଟ୍ରିପ୍‌ରେ ବାହାରିଥିଲେ । ଏହି ସମୟରେ ସେ ଦିଘା ବେଳାଭୂମି ମଧ୍ୟ ଯାଇଥିଲେ । ଖାଲି ସେତିକି ନୁହେଁ ବୁଲା ବୁଲି ସହିତ ସେ ଏକ ଆଇଫୋନ୍‌ ମଧ୍ୟ କିଣିଥିବା ପଡ଼ୋଶୀ କହିଥିଲେ ।

ପଡ଼ୋଶୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସାଥି ନିଜ ଘରକୁ ଅନେକ ଲୋକଙ୍କୁ ଡାକିଥାନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ଅଫିମ ଓ ଗଞ୍ଜେଇ କିଣିବା ପାଇଁ ନିଜ ଛୁଆକୁ ବିକି ଥାଇ ପାରନ୍ତି ।

ପୋଲିସ ଆଉ ଜଣେ ମହିଳା ପ୍ରିୟଙ୍କା ଘୋଷଙ୍କୁ ମଧ୍ୟ ଗିରଫ କରିଛି । ଯିଏ କି ଉକ୍ତ ଛୁଆକୁ ଦୁଇ ଲକ୍ଷ ଟଙ୍କାରେ କିଣିଥିଲେ । ପ୍ରିୟଙ୍କାଙ୍କୁ ଖାରଧା ପୋଲିସ ଷ୍ଟେସନ୍‌ରେ ରଖି ପଚରାଉଚରା କରାଯାଉଛି । କିନ୍ତୁ ଏବେ ସୁଦ୍ଧା ସେ କୌଣସି ପ୍ରକାର ମୁହଁ ଖୋଲିନାହାନ୍ତି କିମ୍ବା ପୋଲିସର କିଛି ଉତ୍ତର ଦେଇ ନାହାନ୍ତି ।