Advertisment

ଧରା ପଡ଼ିଲା ୱେବ ସାମ୍ବାଦିକଙ୍କ କଳା କାରନାମା

ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ

ଅଦ୍ୟତନ ହୋଇଛି
Web journalist arrest

Web journalist arrest

Advertisment

କୋରାପୁଟ: ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ ହେମନ୍ତ ଟାକ୍ରିଙ୍କ ସମେତ ୫ ଗଞ୍ଜେଇ ଚାଲାଣକାରୀ । ସେ କୋରାପୁଟ ବୈପାରୀଗୁଡ଼ାର ବିଶ୍ୱବିଜୟୀ ୱେବ ପୋର୍ଟାଲ ସାମ୍ବାଦିକ ବୋଲି ଜଣାପଡ଼ିଛି ।

Advertisment

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଓ.ଆଇ.ସିଙ୍କ ନେତୃତ୍ୱ ରେ ପୋଲିସ ଏକ ଟିମ ଝରିଆଗୁଡା ଠାରେ ଗାଡି ଯାଞ୍ଚ କରୁଥିବା ବେଳେ ଗଂଜେଇ ଜବତ ହୋଇଛି।  ଯାଂଚ ବେଳେ ଏକ ପିକଅପ୍ ଗାଡି ଓ କାର ଦ୍ରୁତଗତିରେ ଜୟପୁର ଅଭିମୁଖେ ଯାଉଥିଲା । ପୋଲିସ  ପ୍ରଥମେ ଗାଡି ଗୁଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ସମ୍ପୃକ୍ତ ଗାଡି ଚାଳକ ଗାଡି ନଅଟକାଇ ଦ୍ରୁତଗତିରେ ଜୟପୁର ଅଭିମୁଖେ ଚାଲି ଯାଇଥିଲେ।

Advertisment

 ଚେକିଙ୍ଗ ଦାୟିତ୍ୱରେ ଥିବା ପୋଲିସ କର୍ମୀ ଗାଡି ଗୁଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲେ । ଗା଼ଡ଼ି ଯାଂଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା।  ଏହାପରେ ୨ଟି ଗାଡି ଓ ୫ ଜଣଙ୍କୁ ମୁଦୁଲିପଡା ଥାନାକୁ ନେଇ ପଚରା ଉଚରା କରିଥିଲା ପୋଲିସ ।

ଚିତ୍ରକୋଣ୍ଡା ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ନେଉଥିବା ଗିରଫ ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ କହିଛି।  ଏହି ଚଢାଉ ବେଳେ ୧୫ଶହ କେଜିରୁ ଅଧିକ ଗଂଜେଇ ଜବତ କରିଛି ପୋଲିସ ।

Advertisment

ଏ ନେଇ  ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ କହିଛନ୍ତି, ଝରିଆଗୁଡା ନିକଟରେ ଚେକିଂ ଚାଲିଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଗାଡ଼ିକୁ ଦେଖି ସନ୍ଦେହ ହୋଇଥିଲା। ପୋଲିସକୁ ଦେଖି ସେମାନେ ଦୌଡି ପଳାଇ ଯାଉଥିଲେ। ଆମେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲୁ । ଗାଡିରୁ ପ୍ରାୟ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ତଦନ୍ତ ଚାଲିଛି। 

,

Koraput Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ