Advertisment

ୱେବ ଚାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି ।

web chanel editor

web chanel editor

Advertisment

ଭୁୁବନେଶ୍ୱର: ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ଆଜି ସୁଧାଂଶୁଙ୍କ ଝାରପଡା ସ୍ଥିତ ଅଫିସରେ ଥିବବେଳେ ମହିଳା ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ  ଉଠାଇ ନେଇଥିବା ଜଣାଯାଇଛି ।

Advertisment

ଦୂତି ଅଭିଯୋଗ କରିଥିଲେ ଯେ, ଟୋକିଓ ଅଲିମ୍ପିକସ ସମୟରେ ଦୂତି ଚାନ୍ଦଙ୍କ ଚରିତ୍ର ଓ ଫଳାଫଳକୁ ନେଇ ୱେବ ଚାନେଲମାନେ ବିଭିନ୍ନ ପ୍ରକାର ଖବର ପ୍ରସାରଣ କରାଯାଇଥିଲା।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁତି ଏ ନେଇ  ଅଭିଯୋଗ କରିବା ସହ ଏପରି ଖବର ତାଙ୍କୁ ମାନସିକ ଆଘାତ ଦେଇଥିବ କହିଛନ୍ତି। ସେତିକି ନୁହେଁ, ଏପରି ଉଦ୍ଦେଶ୍ୟମୂଳକ ଖବର ତାଙ୍କ ସମ୍ମାନରେ ଆଞ୍ଚ ଆଣିବା ସହ ଖେଳକୁ ମଧ୍ୟ  ପ୍ରଭାବିତ କରିଛି। ଏହି ଘଟଣା ନେଇ ଦୂତି ଆଇନର ଆଶ୍ରୟ ନେଇଥିବା ପ୍ରେସ ମିଟ୍‌ରେ କହିଥିଲେ। 

Advertisment

ଏପରି ଖବର ପରିବେଷଣ କରିଥିବା  ୱେବ ଚାନେଲର ଏଡିଟର ଏଡିଟର ସୁଧାଂଶୁ ଶେଖର ରାଉତ, RTI କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ମହିଳା ଥାନାରେ ମାମଲା ଦାୟର କରିଥିଲେ । ଏଥି ସହିତ ସିନିୟର ସିଭିଲ ଜଜ ଭୁବନେଶ୍ୱରଙ୍କ ଠାରେ ୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଥିଲେ। 

ତେବେ ଦୂତିଙ୍କ ଏପରି ମାନହାନି ମାମଲା ବିଷୟରେ ପ୍ରତିକ୍ରିୟା ରଖି ସୁଧାଂଶୁ କହିଥିଲେ- ୫ କୋଟି ଟଙ୍କା ଆଦାୟ କରିବେ କି ନାହିଁଳ ତାହା ସମୟ କହିବ। ଦୂତି ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଆଉ ଦାୟୀତ୍ୱବାନ ୱେବ ହିସାବରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।” 

Advertisment
Dutee Chand Web Chanel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ