Advertisment

ରାତି ଅଧରେ ସୌମ୍ୟଙ୍କ ଘରକୁ ଡିଏଫ୍‌ଓ ଯିବା ମୁଁ ଦେଖିଛି: ଜଗୁଆଳି

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।

ACF death case

ACF death case

Advertisment

ଭୁବନେଶ୍ୱର: ଯୁବ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ ? ବିତିଲାଣି ୫୦ ଦିନ। ୩୪ ଦିନ ଧରି ପୋଲିସ ଏବଂ ୧୫ ଦିନ ଧରି କ୍ରାଇମବ୍ରାଞ୍ଚର ତନାଘନା ସତ୍ତ୍ୱେ ଭେଦିପାରୁନି ମୃତ୍ୟୁର ରହସ୍ୟ। ଆଉ ତାହାରି ଭିତରେ ଆସିଛି ଜଣେ ପୂର୍ବତନ ରାତ୍ର ଜଗୁଆଳୀ ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ। ଗତ କିଛିମାସ ତଳୁ ତାଙ୍କୁ ଚାକିରିରୁ ବିଦା କରାଯାଇଛି। କିନ୍ତୁ ଡ୍ୟୁଟିରେ ଥିବା ସମୟରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଦିନେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ଘରକୁ ଯିବା ସେ ଦେଖିଥିବା କହିଛନ୍ତି। ତାପୁଣି ରାତି ଅଧରେ, ଅର୍ଥାତ ରାତି ୧୨ରୁ ପ୍ରାୟ ସାଢ଼େ ୧୨ଟା ମଧ୍ୟରେ ଡିଏଫ୍ଓ ସୌମ୍ୟଙ୍କ ସରକାରୀ ବାସଭବନକୁ ଯିବା ଦେଖିଥିବା କହିଛନ୍ତି। ତେବେ ରାତି ଅଧରେ କାହିଁକି ଯାଇଥିଲେ ଡିଏଫ୍ଓ ? ସେକଥା କିନ୍ତୁ ସେ ଜାଣିନାହାଁନ୍ତି।

Advertisment

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।  

ତାହେଲେ କଣ ବିଦ୍ୟାଙ୍କ ସହ ଡିଏଫ୍ଓଙ୍କ ଥିଲା ଅନ୍ତରଙ୍ଗତା ? ନା ଚାକିରିରୁ ବିଦା କରିଦିଆଗଲା ବୋଲି ଆକ୍ରୋଶ ରଖି ଗଣମାଧ୍ୟମରେ ଏଭଳି ବୟାନ ଦେଇଛନ୍ତି ଗଙ୍ଗା ? ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି କ୍ରାଇମବ୍ରାଞ୍ଚ ? ଏଭଳି ନା ନା ପ୍ରଶ୍ନ ଉଠୁଥିବାବେଳେ ବିଦ୍ୟାଙ୍କ ସହ କୌଣସି ସମ୍ପର୍କ କଥାକୁ ଡିଏଫ୍ଓ ପୂର୍ବରୁ ଖଣ୍ଡନ କରିଥିଲେ। ହେଲେ ଅଗଷ୍ଟ ୧୪ରୁ ଆଜି ଯାଏଁ ପ୍ରାୟ ୨୦ ଦିନ ଧରି ତଦନ୍ତ କରିବା ସତ୍ତ୍ୱେ ସୌମ୍ୟଙ୍କ ମୃତ୍ୟୁ କାହିଁକି ହେଲା ? କୌଣସି ସ୍ପଷ୍ଟ କରିପାରୁନି ଏହି ତଦନ୍ତକାରୀ ସଂସ୍ଥା। 

Advertisment

ଡିଏଫ୍ଓଙ୍କ ସମେତ ବିଦ୍ୟାଭାରତୀ, ରୋଷେୟା ମନ୍ମଥ କୁମ୍ଭ, ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିବା ପାରଳାଖେମୁଣ୍ଡି ତହସିଲଦାର, ୨ ଡାକ୍ତର ଓ ବନବିଭାଗର ପ୍ରାୟ ୮ ଜଣଙ୍କୁ ପଚରାଉଚରା ବି କରିଛି। ତଥାପି କେମିତି ମୃତ୍ୟୁ ହେଲା ? ରହସ୍ୟଭେଦି ପାରୁନି। ଯାହାକୁ ନେଇ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପ୍ରଶ୍ନ ଉଠାଇବା ସହ ନିଆଁରେ ଜଳିବା ସମୟରେ ଉପସ୍ଥିତ ଥିବା ବିଦ୍ୟାଭାରତୀଙ୍କ ସିନ୍ ରିକ୍ରିଏଟ୍ ପାଇଁ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ତିନିଦିନ ତଳେ ବିଦ୍ୟାଭାରତୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ପଚରାଉଚୁରା କରି ଫେରିଥିବା ବେଳେ ବିଦ୍ୟା କଣ କହିଲେ ସେ ବିଷୟରେ ତଦନ୍ତକାରୀ ଅଧିକାରୀ ଆଦୌ ଖୋଲିନାହାଁନ୍ତି।

ରିପୋର୍ଟ: ଆଦର୍ଶ ଦାସ, ଗୌତମ ପଣ୍ଡା

Odisha News ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ