Advertisment

ବେଶ ବଦଳାଇ ଚକମା ଦେଉଥିଲେ, ୮ ବର୍ଷ ପରେ ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ପୋଲିସ

ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।

ଅଦ୍ୟତନ ହୋଇଛି
Odisha Wanted BDO Arrested In Delhi

corruption cases

Advertisment

ବିଳମ୍ବରେ ହେଉ ପଛେ ବନ୍ଧାହେଲା ଅଭିଯୁକ୍ତ । ୮ ବର୍ଷ ପରେ ପୂର୍ବତନ ବିଡିଓ ଗିରଫ । କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ୭ଟି ଦୁର୍ନୀତି ମାମଲାରେ ୱାଣ୍ଟେଡ୍ ଥିଲେ ରମେଶ ସାହୁ।

Advertisment

ଦୀର୍ଘ ୮ ବର୍ଷ ହେବ ଫେରାର ଥିବା ବେଳେ ଶେଷରେ ଦିଲ୍ଲୀରୁ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି। ଅଙ୍ଗନବାଡି କେନ୍ଦ୍ର, ରାସ୍ତା ନିର୍ମାଣ, ଡାଇଭରସନ ରାସ୍ତା ସହ NREGS କାମରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଗିରଫଦାରୀକୁ ଏଡ଼ାଇବାକୁ ସେ ଦିଲ୍ଲୀ ଫେରାର ହୋଇ ଯାଇଥିଲେ। ସେବେଠୁ ତାଙ୍କୁ ଭିଜିଲାନ୍ସ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇ ପାରୁ ନ ଥିଲା।ଦିଲ୍ଲୀରେ ରହିବା ସମୟରେ ସେ ବାରମ୍ବାର ରହିବା ସ୍ଥାନ ବଦଳାଉଥିଲେ । ପ୍ରଥମେ ଭଡ଼ାରେ ଘର ନେଇ ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ରହିଥିଲେ । ପରେ ଲୁଚିବା ସହ ଗିରଫକୁ ଏଡାଇବାକୁ ଆସାମ ଚାଲିଯାଇଥିଲେ । 

କିଛି ଦିନ ପୂର୍ବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶାର ଭିଜିଲାନ୍ସ ଟିମ୍‌ ଦିଲ୍ଲୀ ଯାଇଥିଲା । ଆଜି ଆସାମରୁ ଦିଲ୍ଲୀ ଫେରିବା ବେଳେ ତାଙ୍କୁ ଗିରଫ କରିଥିଲା ପୋଲିସ ।. ସେଠାରେ ସେମାନେ ରମେଶଙ୍କୁ ବାନ୍ଧିଥିବା ବେଳେ ସେଠାକାର କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଓଡ଼ିଶା ଅଣାଯାଉଛି ।

Advertisment
Corruption In Odisha BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ