Advertisment

ଏବେ ବି ରହସ୍ୟ ଘେରରେ ଚିନ୍ମୟୀଙ୍କ ମୃତ୍ୟୁ, ବେକରେ ଦାଗ ବଢ଼ାଇଛି ହତ୍ୟା ସନ୍ଦେହ...

ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।

ଅଦ୍ୟତନ ହୋଇଛି
Chinmayee

Chinmayee

Advertisment

ସମାବର୍ତ୍ତନ ଉତ୍ସବକୁ ଯାଇ ଚିନ୍ମୟୀ କେମିତି ହୋଇଗଲେ ଶବ ? ଷଡ଼ଯନ୍ତ୍ର ରଚି ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ସେ ? ଚିନ୍ମୟୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପାଣିରେ ଫିଙ୍ଗି ଦିଆଯାଇନି ତ ? ନାନା ପ୍ରଶ୍ନ, ନାନା ଆଶଙ୍କା । ହେଲେ ମୃତ୍ୟୁକୁ ୨ଦିନ ହୋଇଯାଇଥିଲେ ବି ସାମ୍ନାକୁ ଆସୁନି ସତ। ଏପଟେ ଝିଅକୁ ଝୁରି ହେଉଛନ୍ତି ବାପା । ମା’ର ଆଖିରୁ ଶୁଖୁନି ଲୁହ । ଝିଅକୁ ମାରି ଦୁର୍ଘଟଣାର ରୂପ ଦିଆଯାଉଥିବାର ସଂଗୀନ ଅଭିଯୋଗ ଆଣି ଭୋ ଭୋ ହୋଇ ଦିନରାତି କାନ୍ଦୁଛନ୍ତି ଚିନ୍ମୟୀଙ୍କ ମା’ ।

Advertisment

ଫେବୃୟାରୀ ୨୮ ତାରିଖ, ସଂଧ୍ୟା ୬ଟା ୪୭ ମିନିଟ୍ । ସମାବର୍ତ୍ତନ ଉତ୍ସବ ପରେ ସଂଧ୍ୟାରେ ମା’ଙ୍କୁ ଏକ ହ୍ୱାଟ୍ସଆପ ମେସେଜ୍ କରିଥିଲେ ଚିନ୍ନୟୀ । ଏହାଥିଲା ମା’-ଝିଅଙ୍କ ମଧ୍ୟରେ ଶେଷ ହ୍ୱାଟ୍ସଆପ ଚାଟ୍ । ରାତି ୯ଟାରେ ଚିନ୍ମୟୀଙ୍କୁ ଯେତେବେଳେ କଲ୍ କରିଥିଲେ, ସେତିକିବେଳକୁ ଚିନ୍ମୟୀଙ୍କ ତଣ୍ଟି ଚିପା ସ୍ୱର ଶୁଭୁଥିଲା । ଯେତିକି ଥର କଲ୍ କରୁଥିଲେ, ସେତିକି ଥର ଅଜବ ଶୁଭୁଥିଲା ଚିନ୍ମୟଙ୍କର ସ୍ୱର । ତେଣୁ ବୁର୍ଲା ପାୱାରଚାନେଲ୍ ବ୍ରିଜ୍ ପାଖରେ ଷଡ଼ଯନ୍ତ୍ର ରଚି ହତ୍ୟା କରାଯାଇଛି ବୋଲି ଚିନ୍ମୟୀଙ୍କ ମା’ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ଏବଂ ଆଶଙ୍କାକୁ ଦୁଇ ଗୁଣ କରିଛି ଚିନ୍ମୟୀଙ୍କ ମୃତଦେହରେ ଥିବା ଦାଗ । ତାଙ୍କ ଗଳାରେ ରହିଛି କ୍ଷତଚିହ୍ନ ସହ ଦାଗ । ସେପଟେ ଶେଷ ସମୟ ଯାଏଁ ଚିନ୍ମୟୀ ସହ ସାଙ୍ଗରେ ଥିବା ସହପାଠୀ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଯୁଗ୍ମ ସଚିବ ଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଆଶଙ୍କା କରୁଛନ୍ତି ଚିନ୍ମୟୀଙ୍କ ବାପା ।

Advertisment

ଚିନ୍ମୟୀଙ୍କୁ ଯଦି ହତ୍ୟା କରାଗଲା ତେବେ କାହିଁକି ? କ’ଣ ଘଟିଲା ସମାବର୍ତ୍ତନ ଉତ୍ସବ ପରେ ? ବସରେ ଭୁବନେଶ୍ୱର ଫେରିବାକୁ ଯୋଜନା ରଖିଥିବା ଚିନ୍ମୟୀ, ପ୍ରୀତିମାନଙ୍କ ସହ ଏତେ ରାତିରେ କାହିଁକି ଗଲେ ପାୱାରଚାନେଲ ବ୍ରିଜ୍ ପାଖକୁ ? ଯଦି ପାଣିକୁ ଡେଇଁ ଆତ୍ମହତ୍ୟା କଲେ ଚିନ୍ମୟୀ, ତେବେ କ୍ଷତ ଚିହ୍ନ ଥିବା ଗଳାରେ ଏଭଳି ଦାଗ କାହିଁକି ? ପ୍ରୀତିମାନଙ୍କ ପାଖରୁ ଚିନ୍ମୟୀଙ୍କ ମୋବାଇଲ୍ ମିଳିବା ପଛର ରହସ୍ୟ କ’ଣ ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଚିନ୍ମୟୀଙ୍କ ବ୍ୟାଗ ସହ ଲ୍ୟାପଟପ ଏବଂ କିଛି କାଗଜପତ୍ର ଜବତ କରିଛି ପୋଲିସ । ସହପାଠୀ ପ୍ରୀତିମାନଙ୍କ ସ୍କୁଲ ଶିକ୍ଷକ ତଥା ଜଣେ ପାରିବାରିକ ବନ୍ଧୁଙ୍କ ଏହି ଘରେ ଗତ ଅକଟୋବରରୁ ରହିଆସୁଥିଲେ ଚିନ୍ମୟୀ। ପ୍ରୀତିମାନଙ୍କ ମା’ କହିଛନ୍ତି, ଯାହା ବି ଘଟଣା ଘଟିଥାଉ, ସତ ସାମ୍ନାକୁ ଆସୁ।

ସେପଟେ ବୁର୍ଲା ଭୀମସାର ପକ୍ଷରୁ ଚିନ୍ମୟୀଙ୍କ ବ୍ୟବଛେଦ ରିପୋର୍ଟ ବୁର୍ଲା ପୋଲିସକୁ ପ୍ରଦାନ କରାଯାଇଛି। ତେବେ ରିପୋର୍ଟରେ କଣ ରହିଛି, ସେନେଇ ନା ପୋଲିସ ମୁହଁ ଖୋଲୁଛି ନା ରିପୋର୍ଟ ପ୍ରସ୍ତୁତ କରିଥିବା ବୁର୍ଲା ଭୀମସାର FMT ବିଭାଗ ସ୍ପଷ୍ଟ କରିଛି । ସେପଟେ ହତ୍ୟା ମାମଲା ରୁଜୁ ପରଠୁ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ସମେତ ଆଉ ଜଣଙ୍କୁ ବୁର୍ଲା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଏଥିପାଇଁ ୩ଟି ଟିମ ଗଠନ କରାଯାଇଛି ।

Advertisment

Burla VISUT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ