Advertisment

ପଦାକୁ ଆସିଲା ଶ୍ୱେତା-ସୌମ୍ୟଙ୍କ ଝଗଡ଼ାର ଏକ୍ସକ୍ଲୁସିଭ୍ ଅଡ଼ିଓ

ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ।

ଅଦ୍ୟତନ ହୋଇଛି
Viral audio clip of Sweta and boyfriend Soumyajeet

Viral audio clip of Sweta and boyfriend Soumyajeet

Advertisment

ମହିଳା ସଫ୍ଟେଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଭିତରେ ସାମ୍ନାକୁ ଆସିଛି ଏକ ଅଡ଼ିଓ ବାର୍ତ୍ତାଳାପ। ଯେଉଁଥିରେ ଶ୍ୱେତା ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ସହ କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଛି। ସୌମ୍ୟଜିତ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି। ତାସହ କହିଛନ୍ତି ମୋତେ ଶାନ୍ତିରେ ରହିବାର ଅଛି।

Advertisment

ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ। ତେବେ ଏହି ଭାଇରାଲ୍ ଅଡ଼ିଓଟି କେବେକାର, ସେନେଇ ସ୍ପଷ୍ଟ ହୋଇନାହିଁ। ଓଟିଭି ହାତରେ ଲାଗିଥିବା ଏହି ଅଡ଼ିଓରେ ଆଉ କଣ କଥାବାର୍ତ୍ତା ହୋଇଛନ୍ତି ସୌମ୍ୟଜିତ ମହାପାତ୍ର ଏବଂ ଶ୍ୱେତା। 

Advertisment

ଝିଅ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ହିଁ ଦାୟୀ । ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ ପରେ ତାକୁ ମରିବା ପାଇଁ ବାଧ୍ୟ କରିଛି ବୟଫ୍ରେଣ୍ଡ ସୌମ୍ୟମଜିତ । ରାଜଧାନୀର ବହୁ ଚର୍ଚ୍ଚିତ ସଫ୍ଟଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୁକ୍ତ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି ଶ୍ୱେତାଙ୍କ ବାପା ।

ଏତଲାରେ ଦର୍ଶାଇଛନ୍ତି ଯେ ଗଲା କିଛି ଦିନ ଧରି ଶ୍ୱେତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ଆସୁଥିଲା ସୌମ୍ୟଜିତ । ଏପରିକି ପୂର୍ବରୁ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇଥିବା ସୌମ୍ୟଜିତ୍ ପରେ ତାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବାର ଧମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଆଉ ଶେଷରେ ଅନ୍ୟ ଝିଅ ସହ ସମ୍ପର୍କ ରଖି ଶ୍ୱେତାଙ୍କୁ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି।

Advertisment
Viral Audio Clip Sweta And Boyfriend Soumyajeet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ