Violence during Hanuman Jayanti rally in Sambalpur Internet services suspended for 48 hours
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ।
ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋସିଆଲ୍ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଥାଉ କି, ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିଲେ। ଗୁରୁତର ଧନୁପାଲି ଥାନାଧିକାରୀ ଅନୀତା ପ୍ରଧାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ବାଇକ୍ ରାଲି ଧନୁପାଲି ଛକରୁ ଯିବାବେଳେ ପୋଲିସ ଉପରକୁ ପଥର ମାଡ଼ ହୋଇଥିଲା। ଏଥିସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍ ଓ ବାଇକ ଭାଙ୍ଗି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1681361124.jpg)