Advertisment

Vigilance Raid: କୋଟିପତି ପ୍ରକଳ୍ପ ଅଧିକାରୀ; ୭ଟି ସ୍ଥାନରେ ଚଢ଼ଉ

ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍‌, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Vigilance

Vigilance

Advertisment

ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ITDAର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ବିଶ୍ୱଦର୍ଶୀଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି।

Advertisment

ବିଶ୍ୱଦର୍ଶୀଙ୍କ ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗରେ ଥିବା ଦୁଇ ମହଲା ଘର,ଲକ୍ଷ୍ମୀସାଗର ଓ ଖାରବେଳ ନଗରରେ ଥିବା ଫ୍ଲାଟରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଛନ୍ତି। ସେହିପରି ବାଲେଶ୍ୱର, ଯାଜପୁର ଓ ବଣାଇ ଆଦି ସ୍ଥାନରେ ରେଡ୍ ହେଉଥିବା ଜଣାଯାଇଛି।

ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍‌, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ବିଶ୍ୱଦର୍ଶୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। 

Advertisment

ଏହି ଚଢ଼ାଉରେ ଅତିରିକ୍ତ ଏସିପି, ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟରଙ୍କ ସହ ଭିଜିଲାନ୍ସର ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଚଢ଼ାଉ ନେଇ ବିଶ୍ୱଦର୍ଶୀ ଓ ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

Advertisment
Vigilance Vigilance Raid Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ