ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍, ଠାବ ହେଲାଣି ୮୫ ପ୍ଲଟ୍‌

ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।

Vigilance Raid

ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୭ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି । ପୁରୀ ଜିଲ୍ଲା ଡେଲାଙ୍ଗରେ ୪ଟି ଏବଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି ପ୍ରଭାସ ପ୍ରଧାନଙ୍କର ।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ମାଳ ମାଳ ଘର ଓ ପ୍ଲଟ୍ ଠାବ

ଏହା ସହିତ ଗୋଟିଏ ପାଞ୍ଚ ମହଲା କୋଠା ଏବଂ ମାର୍କେଟ କଂପ୍ଲେକ୍ସ ମଧ୍ୟ ଠାବ ହୋଇଛି । ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ୍ ସୁନା ଓ ଗୋଟିଏ କାର୍ ଠାବ ହୋଇଛି। ସବୁଠୁ ବଡ଼ କଥା ହେଲା, ନୋଟ୍ ବିଡା ଭିତରେ ଅନେକ ୨ ହଜାର ଓ ୫୦୦ ଟଙ୍କିଆ ନୋଟ୍ ରହିଛି ।