Advertisment

Vigilance Raids: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ...

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ASI ନିୟୋଜିତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Vigilance Raids

Vigilance Raids

Advertisment

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ASI ନିୟୋଜିତ ହୋଇଛନ୍ତି । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରିଛି ଦୁର୍ନୀତି ନିବାରଣ ବିଭାଗ ।

Advertisment

ଭୁବନେଶ୍ବର ଓ ନୟାଗଡ଼ର ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଭୁବନେଶ୍ବର ନୀଳାଦ୍ରିବିହାରରେ ଥିବା ୩ ମହଲା କୋଠା, କସମୋପଲିସରେ ଥିବା ଫ୍ଲାଟ୍, ପାହାଳର ସିମ୍ଫୋନି ମଲରେ ଥିବା ଦୋକାନ ଘର, ନୟାଗଡ଼ ଜଗନ୍ନାଥ ପ୍ରସାଦରେ ଥିବା ପୈତୃକ ଘର, ଅଫିସ ଚ୍ୟାମ୍ବର, ଭୁବନେଶ୍ବର ପଟିଆରେ ଥିବା ଶ୍ବଶୁର ଘର, ନୟାଗଡ଼ ସବାଜୀ ନଗରରେ ଥିବା ଶ୍ବଶୁର ଘର, ଭୁବନେଶ୍ବର କସମୋପଲିସର ଟାୱାର Hରେ ଥିବା ଫ୍ଲାଟ୍, ଡୁମୁଡୁମାରେ ଥିବା ପ୍ଲଟ୍ ଓ ଜାଗମରାରେ ଥିବା ASN ଇନଫ୍ରାଷ୍ଟ୍ରକଚରରେ ଚଢ଼ାଉ ଜାରି ରହିଛି । 

Vigilance Raid Odisha Vigilance Raids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ