Advertisment

Vigilance Raid:ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ଓ ପୁଳାପୁଳା ସୁନା ଅଳଙ୍କାର

ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ବିଡ଼ାବିଡ଼ା ଟଙ୍କା ଓ ପୁଳାପୁଳା ସୁନା ଅଳଙ୍କାର ଠାବ କରାଯାଇଛି । ଭୁବନେଶ୍ବର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ସକାଳୁ ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଏକାସାଙ୍ଗରେ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଜଟଣୀ ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।

Advertisment

ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଓ ସୁନା ଜବତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଦେବାଶିଷଙ୍କ ଜଟଣୀ ଘର ସମେତ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘର, ସମ୍ପର୍କୀୟଙ୍କ ଘର ଓ ଜଟଣୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ ରେଡ୍ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ବାବୁଙ୍କ ଆଖି ଖୋସି ଦେଲା ପରି ସମ୍ପତ୍ତି; ମିଳିଲାଣି ୧୭ ଲକ୍ଷ, ୧୧ପ୍ଲଟ୍‌ ଓ ୩ଟି ଫ୍ଲାଟ୍‌

Advertisment
Bhubaneswar Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ