ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ, କିରାଣୀ

ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। 

ଭିଜିଲାନ୍ସ ଜାଲରେ ବିଇଓ ଓ କିରାଣି

News Summary

ଭିଜିଲାନ୍ସ ଜାଲରେ ବିଇଓ ଓ କିରାଣୀ 

ସୁନ୍ଦରଗଡ଼: ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ବାଘଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଉଭୟେ ଧରା ପଡ଼ିଛନ୍ତି ।

ସୂଚନାଥାଉ କି, ୨୦୧୦ରେ ନାରାୟଣ ବାଘ କୁତାବଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ବେଳେ ୨୫ ଶହ ଟଙ୍କାର ୟୁସି ଦେବାରେ ଡେରି କରିଥିଲେ । ଏହାକୁ କାର୍ଯ୍ୟରେ ଅବହେଳା ଦର୍ଶାଇ ୫୦ ହଜାର ଟଙ୍କା ନ ଦେଲେ ସସ୍‌ପେଣ୍ଡ କରିବାକୁ ଧମକ ଦେଇଥିଲେ ବିଇଓ ସୁରେନ୍ଦ୍ର ସାହୁ।  କିଛି ଦିନ ପୂର୍ବେ ୧୫ ହଜାର ଟଙ୍କା ଦେଇଥିଲେ ନାରାୟଣ। ଏହା ସତ୍ତ୍ୱେ ତୁରନ୍ତ ବାକି ୩୫ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ ବିଇଓ। ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ନାରାୟଣ ।

ପୂର୍ବ ସୂଚନା ମୁତାବକ କିରାଣୀ ବିରଞ୍ଚି ଖିଲେଇ ନାରାୟଣଙ୍କଠାରୁ ୩୫ ହଜାର ଟଙ୍କା ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ।   ବିରଞ୍ଚିଙ୍କ ସହିତ ସୁରେନ୍ଦ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି । ଟଙ୍କାକୁ ଭିଜିଲାନ୍ସ ଟିମ ଜବତ କରଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କାରାଯିବ।

ଏ ନେଇ ପ୍ରଧାନଶିକ୍ଷକ ନାରାୟଣ ବାଗ କହିଛନ୍ତି, ୫୦ ହଜାର ଟଙ୍କା ମାଗିଥିଲେ। କହିଥିଲେ, ଆଗରୁ ଜଣେ ସସ୍‌ପେଣ୍ଡ ହୋଇଛନ୍ତି। ତୁମେ ନ ଦେଲେ ସସ୍‌ପେଣ୍ଡ ହେବ। ତେଣୁ ୧୫ ହଜାର ଦେଇଥିଲି। କିରାଣୀଙ୍କ ମାଧ୍ୟମରେ ଆଉ ୩୫ ହଜାର ଦେଲି।’